csstore

ଜଙ୍ଗଲ ପରିଚାଳନା ନିମନ୍ତେ ଗ୍ରାମସଭା ଓ ପ୍ରବେଶ ପର୍ବ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବ୍ଲକ ଜମରତଲା ଗ୍ରାମ ପଞ୍ଚାୟତ ବିରିପାଲି ଠାରେ ଜଙ୍ଗଲ ସମ୍ବଳ ପରିଚାଳନା ନିମନ୍ତେ ଗ୍ରାମସଭା ଓ ପ୍ରବେଶ ପର୍ବ ମାସ୍ ପାଇକମାଲ ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜମରତଲା ସରପଞ୍ଚ ବିଦୁଭୂଷଣ ଚାନ୍ଦ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ନିର୍ବାହୀ ଅଧିକାରୀ ସଞ୍ଜୟ ପ୍ରଧାନ, ଗ୍ରାମ ରୋଜଗାର ସେବକ ଶାନ୍ତନୁ ସାହୁ, ଫରେଷ୍ଟର ଅନୀଲ ସାହୁ, ଜିଲ୍ଲା ସଂଯୋଜକ ବ୍ୟାସଦେବ ବାରିକ ଯୋଗ ଦେଇଥିଲେ । ଏଥିରେ ଜଙ୍ଗଲ ଅଧିକାର ଆଇନ ୨୦୦୬ ଅନୁଯାୟୀ ଶିରୋନାମା ପାଇଥିବା ବିରିପାଲି ଗ୍ରାମର ପରିଚାଳନା କମିଟି ଗଠନ କରାଯିବା ସହ ଆଇନ ପରିସର ଉପରେ ତର୍ଜମା ଏବଂ ଗ୍ରାମସଭା ତଥା ପରିଚାଳନା କମିଟିର କାର୍ଯ୍ୟାବଳୀ ଉପରେ ଆଲୋଚନା ହୋଇଥିଲା । ପରେ ଶିରୋନାମା ପାଇଥିବା ଜଙ୍ଗଲ ପରିସରକୁ ଗ୍ରାମବାସୀ ଚିହ୍ନଟ କରିବା ସହ ବୃକ୍ଷରୋପଣ କରି ଜଙ୍ଗଲ ସୁରକ୍ଷା, ସଂରକ୍ଷଣ, ପୁନଃଜନନ ତଥା ପରିଚାଳନା ପାଇଁ ଶପଥ ନେଇଥିଲେ । କାର୍ଯ୍ୟକ୍ରମକୁ ୱାର୍ଡ଼ ସଭ୍ୟ ଜଗନ୍ନାଥ ଭୁଏ, ବୀରବଲ କମାତି, ଭିକାରୀ କମାତୀ, ଟୁନୁଚନ୍ଦ୍ର ବେହେରା, ଅହଲ୍ୟା କମାତି ପ୍ରମୁଖ ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.