oom

ଉଚ୍ଛୁଲା ଉଚ୍ଚ ବିଦ୍ୟାଳୟରେ ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ ମେଳା

jsmm

ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା ବ୍ଲକ ଅନ୍ତର୍ଗତ ଉଚ୍ଛୁଲା ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ପରିସର ମଧ୍ୟରେ ବ୍ଲକସ୍ତରୀୟ ବାଲ ବୈଜ୍ଞାନିକ ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ ମେଳା ମହାସମାରୋହରେ ସମ୍ପନ୍ନ ହୋଇଯାଇଛି । ଜୟପାଟଣା ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଆନୁକୂଲ୍ୟରେ ଆୟୋଜିତ ଏହି ବିଜ୍ଞାନ ମେଳାରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରେମନାରାୟଣ ପଣ୍ଡା ଅଧ୍ୟକ୍ଷତା କରିଥିବା ବେଳେ ସରପଞ୍ଚ ସୁବର୍ଣ୍ଣୀ ନାଏକ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଶୁଭ ଉଦ୍‌ଘାଟନ କରିଥିଲେ । ଏହି ମେଳାରେ ବ୍ଲକର ବିଭିନ୍ନ ବିଦ୍ୟାଳୟରୁ ୮୮ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା । ବିଚାରକ ଭାବରେ ଶ୍ରୀକାନ୍ତ ଖମାରୀ, ବିପିନ ବିହାରୀ ନାୟକ, ଦେବେନ୍ଦ୍ର ପ୍ରଧାନ, ଭାସ୍କର ଦଳପତି, ବିଶ୍ଵନାଥ ପଣ୍ଡା, ରମାକାନ୍ତ ବେଣୁପାଣି ଦାୟିତ୍ଵ ନିର୍ବାହ କରିଥିଲେ । ଉଦ୍‌ଯାପନୀ ସମାରୋହରେ ବିଇଓ ଶ୍ରୀଯୁକ୍ତ ପଣ୍ଡା ଅଧ୍ୟକ୍ଷତା କରିଥିବା ବେଳେ ପଞ୍ଚାୟତ ସମିତି ଅଧ୍ୟକ୍ଷ ଥବିର ବାଗ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ । ସମ୍ମାନିତ ଅତିଥି ଭାବରେ ଦୁଷ୍ମନ୍ତ ପାଢ଼ୀ, ମଙ୍ଗଳୁ ଚରଣ ମୁଦୁଲି, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁରେନ୍ଦ୍ର ମୋହନ ଯୋଷୀ, ଏବିଇଓ ପୂର୍ଣ୍ଣଚନ୍ଦ୍ର ପଣ୍ଡା, ପ୍ରଭାତ ଖମାରୀ, ଜିଲ୍ଲା ପରିଷଦ ଦେବ ପୁଝାରୀ, କେଶବ ମାଝୀ, ରବୀନ୍ଦ୍ର ମୁଣ୍ଡ ପ୍ରମୁଖ ଉପସ୍ଥିତ ରହି ପ୍ରତିଯୋଗୀ ମାନଙ୍କୁ ଉତ୍ସାହିତ କରିଥିଲେ । ବିଜ୍ଞାନ ଶିକ୍ଷକ ସୁବ୍ରତ କୁମାର ସ୍ୱାଇଁ, ଗୋକୁଳାନନ୍ଦ ଠାକୁର, ମାଧବ ଚନ୍ଦ୍ର ପଣ୍ଡା, ଅଭିଜିତ ଗିରି, ସିଦ୍ଧେଶ୍ୱର ନାଏକ ପ୍ରମୁଖ ପରିଚାଳନା ଦାୟିତ୍ଵ ନେଇଥିବା ବେଳେ ବରିଷ୍ଠ ଶିକ୍ଷକ ଲଳିତ ମୋହନ ନାଏକ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.