oom

ବରିଷ୍ଠ ପ୍ରାଧ୍ୟାପକ ଡ. ଚିନ୍ତାମଣି ଭାରତୀଙ୍କ ପରଲୋକ

jsmm
  • ବିଭିନ୍ନ ମହଲରେ ଶୋକ ପାଳନ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଓଡିଶା ଭାଷା ଓ ସାହିତ୍ୟର ବରିଷ୍ଠ ପ୍ରାଧ୍ୟାପକ ତଥା ଛତ୍ରପୁର ସରକାରୀ ବିଜ୍ଞାନ ମହାବିଦ୍ୟାଳୟର ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ, ଆର୍ମି ବିଭାଗର ପୂର୍ବତନ ମେଜର ଏବଂ ଓଡ଼ିଆ ସାହିତ୍ୟ ବିଭାଗର ଅଧ୍ୟାପକ ଡ. ଚିନ୍ତାମଣି ଭାରତୀଙ୍କ ପରଲୋକ ହୋଇଯାଇଛି । ସୂଚନା ଯୋଗ୍ୟ ଯେ’ ଚିକିତ୍ସାଧୀନ ଅବସ୍ଥାରେ ଗୁରୁବାର କଟକ ଠାରେ ଏକ ଘରୋଇ ହସ୍ପିଟାଲରେ ତାହାଙ୍କ ପରଲୋକ ହେଇଯାଇଛି । ସେ ଦୀର୍ଘ ୩୫ ବର୍ଷ ଓଡ଼ିଆ ଭାଷା ସାହିତ୍ୟ ବିଭାଗରେ ରହି ବିଭିନ୍ନ ସରକାରୀ ମହାବିଦ୍ୟାଳୟରେ ନିଜର ଅଧ୍ୟାପନା କରି ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଆସିଥିଲେ । ସେ ୨୦୦୪ରୁ ୨୦୦୮ ମସିହାରେ ଦୀର୍ଘ ୫ ବର୍ଷ ଧରି ଛତ୍ରପୁର ବିଜ୍ଞାନ ମହାବିଦ୍ୟାଳୟର ଏନ୍‌.ସି.ସି ବିଭାଗରେ ରହି ଛାତ୍ରମାନଙ୍କ ଉଜ୍ୱଳ ଭବିଷ୍ୟତ ପାଇଁ ବହୁ ପ୍ରୟାସ ଓ ଆପ୍ରାଣ ଉଦ୍ୟମ ଜାରୀ ରଖିଆସିଥିଲେ । ଛାତ୍ରଛାତ୍ରୀମାନଙ୍କ ପାଇଁ ବହୁତ ନିଯୁକ୍ତିର ସୁଯୋଗ ଦେଇ ପାରିଥିଲେ । ସେହି ପରିପ୍ରେକ୍ଷୀରେ ଛତ୍ରପୁର ବିଜ୍ଞାନ ମହାବିଦ୍ୟାଳୟର ଏନ୍‌.ସି.ସି. ଏବଂ ଓଡ଼ିଆ ବିଭାଗର ଛାତ୍ରଛାତ୍ରୀମାନଙ୍କ ଉପସ୍ଥିତିରେ ବିଜ୍ଞାନ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ଅଜୟ କୁମାର ତ୍ରିପାଠୀଙ୍କ ସଭାପତିତ୍ୱରେ ଓ ନାଭାଲ ବିଭାଗର ଅଧ୍ୟାପକ ମନୋରଞ୍ଜନ ମହାରଣା, ଓଡ଼ିଆ ବିଭାଗର ମୁଖ୍ୟ ଇମତିହାନ୍ ଶାହ ତଥା ଅନ୍ୟ ଅଧ୍ୟାପକ ଓ ଅଧ୍ୟାପିକାମାନଙ୍କ ଉପସ୍ଥିତିରେ ଏକ ସ୍ମୃତି ସଭା ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ତାଙ୍କ ସହିତ ସେ ସମୟରେ ଛାତ୍ର ଥିବା ଛତ୍ରପୁର ବିଜ୍ଞାନ ମହାବିଦ୍ୟାଳୟ, ତଥା ଏନ୍.ସି.ସି. ବିଭାଗର ଛାତ୍ର କମଳ କୁମାର ପଣ୍ଡା (ପୂର୍ବତନ ସାଧାରଣ ସମ୍ପାଦକ, ଛାତ୍ର ସଂସଦ) ଯୋଗଦେଇ ସେହି ସଭାରେ ଉପସ୍ଥିତ ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ସ୍ୱର୍ଗତ ଚିନ୍ତାମଣି ଭାରତୀଙ୍କ ଓ ସେହି ସମୟର ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଥିବା ପୁରୁଣା ସ୍ମୃତିକୁ ମନେପକାଇବା ସହିତ ସେହିପରି ଅଧ୍ୟାପକ ଆଜି କଲେଜରେ ଖୁବ୍ ବିରଳ ବୋଲି ମତପ୍ରକାଶ କରିଥିଲେ । ଏହି ସ୍ମୃତିସଭାରେ ଶତାଧିକ ଛାତ୍ରଛାତ୍ରୀ ସ୍ୱର୍ଗତ ଚିନ୍ତାମଣି ଭାରତୀଙ୍କ ଅମର ଆତ୍ମାର ସଦଗତି ନିମନ୍ତେ କାମନା କରି ସ୍ମୃତିଚାରଣ କରିବା ପୂର୍ବକ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।

jittmm
Leave A Reply

Your email address will not be published.