pr

ଚଣ୍ଡୀଭଟାର କଳାଧାନ ଚାଷ ପରିଦର୍ଶନ କଲେ ପଦ୍ମପୁର ଉପଜିଲ୍ଲାପାଳ

dr. purohit

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ଚଣ୍ଡୀଭଟା ଅର୍ଗାନିକ୍‌ ଲାଇଫ୍‌ ଫାଂର୍ମିଙ୍ଗ ପ୍ରଡ୍ୟୁସର କମ୍ପାନୀ ଲିମିଟେଡ୍‌ କଳାଧାନ ଉତ୍ପାଦନ କରି ସାରା ଦେଶ ବିଦେଶରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ସମାଜ ପାଇଁ ଏକ ଉଦାହରଣ ସାଜିଛି ଯାହା ଅନ୍ୟମାନଙ୍କ ପାଇଁ ପ୍ରେରଣା ଅଟେ । ଚଣ୍ଡୀଭଟା ଅର୍ଗାନିକ ଲାଇଫ୍‌ ଫାଂର୍ମିଙ୍ଗ ପ୍ରଡ୍ୟୁସର କମ୍ପାନୀ ଲିମିଟେଡ୍‌ର କଳାଧାନ କ୍ଷେତ ଏବଂ କଳା ଚାଉଳର ଉତ୍ପାଦନ ଗୋଷ୍ଠୀକୁ ଆଜି ପଦ୍ମପୁର ଉପଜିଲ୍ଲାପାଳ ଅରୁଗୁଳା ସ୍ନେହା ଆଜି ପରିଦର୍ଶନ କରିଛନ୍ତି । ଜୈବିକ ପଦ୍ଧତିରେ ଚାଷ ହୋଇ ଉତ୍ପାଦନ ହେଉଥିବା କଳାଧାନ ଓ ଚାଉଳ ପାଇଁ ବେଶ ପ୍ରଶଂସା କରିଥିଲେ । ୪୨୦ ଜଣ ମହିଳାଙ୍କୁ ନେଇ ଗଠନ ହୋଇଥିବା ଏହି ଏଫପିଓର କାର୍ଯ୍ୟଧାରା, ଜୈବିକ ଚାଷ ପଦ୍ଧତି ବିଷୟରେ ଜ୍ୟୋତିର୍ମୟୀ ସେଠ, ସୁଜାତା ପ୍ରଧାନ ଏବଂ ପୁଷ୍ପା ବିଶ୍ୱାଳ କହିଥିଲେ । ସିଡ୍‌ସ୍‌ ପ୍ରୋସେସିଂର ଅସୁବିଧା ସମ୍ପର୍କରେ ଉପଜିଲ୍ଲାପାଳଙ୍କୁ କହିବାରୁ ପ୍ରଶାସନକି ସ୍ତରରେ ଉଚିତ୍‌ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି । କଳାଧାନ ଚାଷ ହୋଇଥିବା ଧାନ କ୍ଷେତକୁ ଉପଜିଲ୍ଲାପାଳ ନିଜେ ଯାଇ ପରିଦର୍ଶନ କରିଥିଲେ, କଳାଧାନ ଉତ୍ପାଦନ ଏବଂ ପଦ୍ଧତି ତଥା ବଜାର ଚାହିଦା ସମ୍ପର୍କରେ ଉମାକାନ୍ତ ପ୍ରଧାନ ଆଲୋକପାତ କରିଥିଲେ । ଏହି ସମୟରେ ଝାରବନ୍ଧ ବିଡ଼ିଓ ପୁରୁଷୋତ୍ତମ ମିର୍ଦ୍ଧା, ବିପିଏମ୍‌ ସତ୍ୟ କୁମ୍ଭାର ତଥା ସତର୍କ ସ୍ୱେଚ୍ଛାସେବି ସଂଗଠର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ ।

nrusinghnath
Leave A Reply

Your email address will not be published.