jayashree

ଆନ୍ତଃଜିଲ୍ଲା ମହିଳା କ୍ରିକେଟ୍‌ ଟୁର୍ଣ୍ଣାମେଣ୍ଟ-୨୦୨୪

  • ଚାମ୍ପିୟନ ଦଳ ବଲାଙ୍ଗିରକୁ ଡି.ଏ.ଏ.ର ସମ୍ବର୍ଦ୍ଧନା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଓଡିଶା କ୍ରିକେଟ୍‌ ଏସୋସିଏସନ୍‌ ଦ୍ୱାରା ଆୟୋଜିତ ହୋଇଯାଇଥିବା ଆନ୍ତଃଜିଲ୍ଲା ମହିଳା କ୍ରିକେଟ୍‌ ଟୁର୍ଣ୍ଣାମେଣ୍ଟ-୨୦୨୪ରେ ଅଂଶଗ୍ରହଣ ପୂର୍ବକ ଚାମ୍ପିୟନ୍‌ ଦଳ ଭାବେ ବିଜୟୀ ହୋଇ ବଲାଙ୍ଗିର ପାଇଁ ଗୌରବ ଆଣିଥିବା ବଲାଙ୍ଗିର ମହିଳା କ୍ରିକେଟ୍‌ ଦଳର ସମସ୍ତ ଖେଳାଳୀଙ୍କୁ ଆଜି କ୍ରିଡା ସଂସଦର ସାଧାରଣ ସଂପାଦକ ହରିନାରାୟଣ ପୂଜାରୀଙ୍କ ଆବାହକତ୍ୱ ତଥା କାର୍ଯ୍ୟକାରୀ ସଭାପତି ଡ. ଶ୍ରୀକର ମିଶ୍ରଙ୍କ ଅଧ୍ୟକ୍ଷତାରେ ଗାନ୍ଧୀ ଷ୍ଟାଡିୟମ୍‌ ଠାରେ ଏକ ସ୍ୱତନ୍ତ୍ର ସମାରୋହରେ ଉକ୍ତ ଖେଳାଳୀ ମାନଙ୍କୁ ଜିଲ୍ଲାପାଳ ଗୌରବ ଶିବାଜୀ ଇସଲୱାରଙ୍କ ଦ୍ୱାରା ମୋମେଣ୍ଟୋ ଓ ରୌପ୍ୟ ପଦକ ଅର୍ପଣ କରି ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଦଳରେ ଆର୍ନ୍ତଜାତୀୟ ଖେଳାଳୀ ମାଧୁରୀ ମେହେଟ୍ଟା ଓ ରୋଶନାରା ପରୱିନ ସାମିଲ ଥିଲେ । ଏମାନଙ୍କ ସହ ଓଡିଶା ମହିଳା କ୍ରିକେଟ୍‌ ଦଳରେ ବଲାଙ୍ଗିରର ସୁନାମ ପ୍ରତିଷ୍ଠା କରିଥିବା ଦକ୍ଷ ଖେଳାଳୀ ସରିତା ମେହେର, ରାମେଶ୍ୱରୀ ନାଏକ, ରଶ୍ମିତା ଚିନ୍‌ଆରା, ଅଦ୍ୱିତୀ ସିଂହଦେଓ, ରୋଶନୀ ବଗର୍ତ୍ତି, ଅନନ୍ୟା ମିଶ୍ର, ସାରଦା ମହାନନ୍ଦ, ମମିତା ସୁନା, ପ୍ରତ୍ୟାଶା ପ୍ରିୟଦର୍ଶିନୀ ବାଗ, ସ୍ନେହା ବଚ୍ଛା, ବିଜ୍‌ଲୀ ଦୀପ୍‌, ରାଧାରାଣୀ ମିଶ୍ର, ମାମି ବଗର୍ତ୍ତି, ସାରଳା ମହାନନ୍ଦ, ଓ ଅନିଶା ନନ୍ଦ ତଥା ଟିମ୍‌ ମ୍ୟାନେଜର ଇନ୍ଦିରା ନନ୍ଦିନୀ ନାଥ ପ୍ରମୁଖ ଉପସ୍ଥିତ ଥିଲେ । ପୁନଶ୍ଚ ସଂସଦର ଉପସଭାପତି କୃଷ୍ଣଚନ୍ଦ୍ର ମିଶ୍ର, ପ୍ରହଲ୍ଲାଦ ଶତପଥି, ଯୁଗ୍ମ ସଂପାଦକ ପଦ୍ମଚରଣ ଆଚାର୍ଯ୍ୟ ଓ ଶତୃଘ୍ନ ସିଂହ, କ୍ରିକେଟ୍‌ ସଂପାଦକ ଓମ୍‌ ପ୍ରକାଶ ଚାନ୍ଦ, କୋଷାଧ୍ୟକ୍ଷ ପ୍ରଭାତ ମିଶ୍ର, ଗ୍ରାମ୍ୟ କ୍ରିଡା ଓ ଓମେନ୍‌ ଫେଷ୍ଟିଭାଲ ସଂପାଦକ ସଂଗ୍ରାମ ବହିଦାର, ଫୁଟବଲ୍‌ ସଂପାଦକ ହେମନ୍ତ ବେହେରା, ବରିଷ୍ଠ ସଭ୍ୟ ରମାକାନ୍ତ ସେଟ୍‌, ସୁଧିର ଚନ୍ଦ୍ର ପଣ୍ଡା, ଶିଶିର ବହିଦାର, ରାଜେନ୍ଦ୍ର ପୁରୋହିତ, ରବିନ୍ଦ୍ର ମିଶ୍ର, ଗୌରଚନ୍ଦ୍ର ପଧାନ ପ୍ରମୁଖ ଉପସ୍ଥିତ ରହି ଖେଳାଳୀ ମାନଙ୍କୁ ଉତ୍ସାହିତ କରିଥିଲେ ।

Leave A Reply

Your email address will not be published.