ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ଗୋପାଳଜୀ ରୋଡ୍ ନିବାସୀ ସ୍ୱର୍ଗତ ଭରତ ଚନ୍ଦ୍ର ସାହୁଙ୍କ ସହଧର୍ମିଣୀ ଦ୍ରୌପଦୀ ସାହୁ (୮୭)ଙ୍କ ଶୁକ୍ରବାର ସକାଳ ସାଢ଼େ ୯ଟା ସମୟରେ ପରଲୋକ ହୋଇଛି । ଜଣେ ଧର୍ମପ୍ରାଣା, ମିଷ୍ଟାଭାଷୀ ଓ ମେଳାପୀ ମହିଳା ଭାବେ ସେ ପରିଚିତ ଥିଲେ । ସେ କିଛିଦିନ ହେଲା ଅସୁସ୍ଥ ହୋଇ ଶଯ୍ୟାଶାୟୀ ହୋଇପଡିଥିଲେ । ତାଙ୍କର ୩ ପୁଅ ବରିଷ୍ଠ ଆଡଭୋକେଟ୍ ତଥା ସ୍ତମ୍ଭକାର ଜୟକୃଷ୍ଣ ସାହୁ, ସନ୍ତୋଷ ସାହୁ ଓ କିଶୋର ସାହୁ, ୩ ବୋହୂ, ୩ ଝିଅ ଓ ଜ୍ୱାଇଁଙ୍କ ସମେତ ନାତିନାତୁଣୀ ଉପସ୍ଥିତ ଥିଲେ । ତାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ବରିଷ୍ଠ ଆଡ୍ଭୋକେଟ୍, ବୁଦ୍ଧିଜୀବୀ ଓ ଅନ୍ୟମାନେ ତାଙ୍କ ବାସଭବନକୁ ଆସି ଶେଷଦର୍ଶନ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ବଲାଙ୍ଗିର ବିଭୂତିପଡା ଶ୍ମଶାନରେ ତାଙ୍କର ଅନ୍ତିମ ସଂସ୍କାର ସମ୍ପନ୍ନ ହୋଇଥିଲା । ଜ୍ୟେଷ୍ଠପୁତ୍ର ବରିଷ୍ଠ ଆଡ୍ଭୋକେଟ୍ ଜୟକୃଷ୍ଣ ସାହୁ ମୁଖାଗ୍ନି ଦେଇଥିଲେ ।