jayashree

ପ୍ରଥମ ଖୁଣ୍ଟିଗୋରା ଫ୍ଲଟଲାଇଟ୍ ମ୍ୟାନ୍ସ ବ୍ୟାଡମିଣ୍ଟନ ଲିଗ ଉଦଘାଟିତ : ବାଲାଗୁଡା ଫାଇନାଲକୁ ପ୍ରବେଶ

ବୌଦ୍ଧ, (ବଂଶୀଧର ମାଝୀ) : କଣ୍ଟାମାଳ ବ୍ଲକ ଖୁଣ୍ଟିଗୋରା ବ୍ୟାଡମିଣ୍ଟନ ଆସୋସିଏସନ ଦ୍ବାରା ସ୍ଥାନୀୟ ସତସଙ୍ଗ ପଡିଆରେ ଆୟୋଜିତ ପ୍ରଥମ ଖୁଣ୍ଟିଗୋରା ଫ୍ଲଟଲାଇଟ ମ୍ୟାନ୍ସ ବ୍ୟାଡମିଣ୍ଟନ ଲିଗ ପ୍ରତିଯୋଗିତା ମୁଖ୍ୟ ଅତିଥି ଡାକ୍ତର ଆନନ୍ଦ ଭୁଏଙ୍କ ଦ୍ବାରା ବୁଧବାର ଆନୁଷ୍ଠାନିକ ଭାବେ ଉଦଘାଟିତ ହୋଇଯାଇଛି । ନକ ଆଉଟ ଭିତ୍ତିରେ ୩ସେଟ ଅନୁଯାୟୀ ଖେଳ ହୋଇଥିଲା । ଏଥିରେ ‘ଏ’ ଗ୍ରୁପ ପକ୍ଷରୁ ୧୧ ଯୋଡି ଖେଳାଳୀ ଯୋଗ ଦେଇଥିଲେ । ପ୍ରଥମ ଲିଗ ମ୍ୟାଚ ରାହୁଲ-କୁନାଲ (କଣ୍ଟାମାଳ) ଏବଂ ଦେବେଶ-ପାର୍ଟନର (ଘଣ୍ଟାପଡା) ଯୋଡି ମଧ୍ୟରେ ଅନୁଷ୍ଠିତ ହୋଇଥିଲା । କଣ୍ଟାମାଳ ଦଳ ଟସ୍ ଜିଣି ପ୍ରଥମେ ଲାଇନ ଚୟନ କରି ୧୦-୧୫ ଏବଂ ୧୦-୧୫ ସେଟରେ ଘଣ୍ଟାପଡାକୁ ପରାସ୍ତ କରିଥିଲେ । ସେହିପରି କୁନାଲ-ପାର୍ଟନର (ବଲାଙ୍ଗିର) ଯୋଡି ୧୫-୫, ୧୪-୧୫ ଏବଂ ୧-୩ ସେଟରେ ସୌରଭ-ପାର୍ଟନର (ସଇଁନ୍ତଳା) ଯୋଡିକୁ, ପିଣ୍ଟୁ-ପାର୍ଟନର (ବାଲିଗୁଡା) ୧୫-୧୦ ଏବଂ ୧-୫ ସେଟରେ ମନୋଜ-ଟୁନା (କଣ୍ଟାମାଳ) ଯୋଡିକୁ, ମନୋରଞ୍ଜନ-ପାର୍ଟନର (ମହିମୁଣ୍ଡା) ୧୫-୫, ଏବଂ ୧୫-୬ ସେଟରେ ଜିତେନ-ପାର୍ଟନର (ଘଣ୍ଟାପଡା) ଯୋଡିକୁ, ରାହୁଲ-ପାର୍ଟନର (କଣ୍ଟାମାଳ) ୧୫-୬ ଏବଂ ୧୫-୧୨ ସେଟରେ ଜିତୁ-ବିକି (କଣ୍ଟାମାଳ) ଯୋଡିକୁ, ବିକାଶ-ପାର୍ଟନର (ବଲାଙ୍ଗିର) ୧୫-୧୦, ୧୪-୧୫ ଏବଂ ୧୫-୧୨ ସେଟରେ ହେମ-ମଣ୍ଟୁ ( କଣ୍ଟାମାଳ) ଯୋଡିକୁ, ମନୋରଞ୍ଜନ-ପାର୍ଟନର (ମହିମୁଣ୍ଡା) ୧୫-୭ ଏବଂ ୧୫-୧୧ ସେଟରେ ଆଜାତ୍-ପାର୍ଟନର (ଖୁଣ୍ଟିଗୋରା) ଯୋଡିକୁ ପରାସ୍ତ କରିଥିଲେ । ପ୍ରଥମ କ୍ବାଟର ଫାଇନାଲ୍ ଖେଳରେ ରାହୁଲ-କୁନାଲ (କଣ୍ଟାମାଳ) ଯୋଡି ୮-୧୫ ଏବଂ ୧୨-୧୫ ସେଟରେ ବିକାଶ-ପାର୍ଟନର (ବଲାଙ୍ଗିର) ଯୋଡି ଠାରୁ ପରାସ୍ତ ହୋଇଥିଲେ ଏବଂ ଦ୍ବିତୀୟ କ୍ବାଟର ଫାଇନାଲ ଖେଳରେ ମଣ୍ଟୁ‐ପାର୍ଟନର (ବାଲିଗୁଡା) ୧୫-୪ ଏବଂ ୧୫-୧୦ ସେଟରେ ମନୋରଞ୍ଜନ‐ପାର୍ଟନର (ମହିମୁଣ୍ତା) ଯୋଡିକୁ ପରାସ୍ତ କରିଥିଲେ । ପ୍ରଥମ ସେମି ଫାଇନାଳ ଖେଳରେ ମଣ୍ଟୁ‐ପାର୍ଟନର (ବାଲିଗୁଡା) ଯୋଡି ଟସ ଜିଣି ସାର୍ଭିସ୍ ଚୟନ କରି ସିଧା ସେଟରେ ୧୫-୬ ଏବଂ ୧୫-୧୧ ସେଟରେ ନିକଟତମ ପ୍ରତିଦ୍ବନ୍ଦି ବିକାଶ‐ପାର୍ଟନର (ବଲାଙ୍ଗିର) ଯୋଡିକୁ ପରାସ୍ତ କରି ଫାଇନାଲକୁ ଉତିର୍ଣ୍ଣ ହୋଇଛନ୍ତି । ଖୁଣ୍ଟିଗୋରା ପିଏଚସି ଚିକିତ୍ସକ ଡାଃ ଆନନ୍ଦ ଭୁଏ ମୁଖ୍ୟ ଅତିଥି ଏବଂ କନ୍ଧମାଳ ଜିଲ୍ଲା ବିଜେପି ସାଧାରଣ ସଂପାଦକ ଦେବେନ୍ଦ୍ର କୁଦେଇ, ସାମ୍ବାଦିକ ପ୍ରଭାତ ସାହୁ ଓ ବଂଶୀଧର ମାଝୀ, ଶିକ୍ଷାବିତ କାର୍ତ୍ତିକେଶ୍ବର ବେହେରା, ବାମନ ସାହୁ, ମନ୍ଦରଧର ବେହେରା, ଭକ୍ତବନ୍ଧୁ ମହାପାତ୍ର, ବ୍ରଜରାଜ ସାହୁ, ଗୋବିନ୍ଦ ସାହୁ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଖେଳାଳୀଙ୍କୁ ଉତ୍ସାହିତ କରିଥିଲେ । ସଞ୍ଜିବ ବେହେରା ଖେଳ ପରିଚାଳନା କରିଥିଲେ ଏବଂ ଉତ୍କଳ, ଦେବେନ୍ଦ୍ର, ଶିବା ଓ ଆଦର୍ଶ ଲାଇନମେନ ଥିଲେ । ଶଙ୍କର୍ଷଣ ସାହୁ ଏବଂ ସୁଶାନ୍ତ ବାରିକ ଖେଳର ଧାରାବିବରଣୀ ପ୍ରଦାନ କରିଥିଲେ । ଆଲୋକ ସାହୁ ସ୍କୋରର୍ ଥିଲେ । ଲମ୍ବୋଦର ବେହେରା ସହଯୋଗ କରିଥିଲେ ।

Leave A Reply

Your email address will not be published.