୩୧ ଜାନୁଆରୀ ୨୦୨୧କୁ ଜାତୀୟ ପୋଲିଓ ଟୀକାଦାନ ଦିବସ ପାଳନ ପାଇଁ ପୁନଃ ତାରିଖ ଧାର୍ଯ୍ୟ : ୩୦ ଜାନୁଆରୀ ୨୦୨୧ରେ ଜାତୀୟ ଟୀକାକରଣ ଦିବସ (ଏନ୍ଆଇଡି) ଉନ୍ମୋଚନ କରିବେ ଭାରତର ରାଷ୍ଟ୍ରପତି

ନୂଆଦିଲ୍ଲୀ, (ପିଆଇବି) : ଜାନୁଆରୀ ୧୬, ୨୦୨୧ରେ ମାନ୍ୟବର ପ୍ରଧାନମନ୍ତ୍ରୀ ଦେଶବ୍ୟାପି ବୃହତ୍ ଟୀକାଦାନ ଅଭିଯାନ କୋଭିଡ-୧୯ ଟୀକାକରଣର ଶୁଭାରମ୍ଭ କରିବେ । ଏହା ହେଉଛି ବିଶ୍ୱର ସର୍ବବୃହତ୍ ଟୀକାଦାନ କାର୍ୟ୍ୟକ୍ରମ । ତେଣୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଭାରତର ରାଷ୍ଟ୍ରପତିଙ୍କ କାର୍ୟ୍ୟାଳୟ ସହିତ ପରାମର୍ଶ କରି ପୋଲିଓ ଟୀକାଦାନ ଦିବସ ବା ଜାତୀୟ ଟୀକାଦାନ ଦିବସ(ଏନ୍ଆଇଡି)ର ତାରିଖ ଜାନୁଆରୀ ୩୧ (ରବିବାର)କୁ ଧାର୍ୟ୍ୟ ହୋଇଛି ।

ମାନ୍ୟବର ରାଷ୍ଟ୍ରପତି ୩୦ ଜାନୁଆରୀ ୨୦୨୧ (ଶନିବାର) ଦିନ ସକାଳ ୧୧.୪୫ରେ ରାଷ୍ଟ୍ରପତି ଭବନରେ କିଛି ପିଲାଙ୍କୁ ପୋଲିଓ ବୁନ୍ଦା ଖୁଆଇ ଜାତୀୟ ପୋଲିଓ ଟୀକାଦାନ ଦିବସକୁ ଉନ୍ମୋଚନ କରିବେ । କୋଭିଡ ପରିଚାଳନା ଏବଂ ଟୀକାକରଣ ସେବା ତଥା ଅଣ-କୋଭିଡ ଅତ୍ୟାବଶ୍ୟକ ସ୍ୱାସ୍ଥ୍ୟସେବା ପରସ୍ପର ଉପରେ ପ୍ରତିକୂଳ ପ୍ରଭାବ ନପକାଇ ସୁନିଶ୍ଚିତ କରିବାକୁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ର୍ନିଦ୍ଦିଷ୍ଟ ନୀତି ଅନୁଯାୟୀ ଏହି ନିଷ୍ପତ୍ତି ନିଆଯାଇଛି ।

Leave A Reply

Your email address will not be published.