ଖୋଲାନ ପଞ୍ଚାୟତର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକୁ ଭୂତଳ ଜଳ କେନ୍ଦ୍ରୀୟ ଟିମର ପରିଦର୍ଶନ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଭୂତଳ ଜଳ କେନ୍ଦ୍ରୀୟ କମିଟି ଗତ ମଙ୍ଗଳବାର ଦିନ ଟିଟିଲାଗଡ଼ ବ୍ଲକ ଖୋଲାନ ଗ୍ରାମ ପଞ୍ଚାୟତ ଗସ୍ତରେ ଆସିଥିଲେ । ଏହି କମିଟିରେ କେନ୍ଦ୍ରୀୟ ନିର୍ଦ୍ଦେଶକ ଆର.ସି ଦେବେନ୍ଦ୍ର, ସିଜିଡବଲୁବିର ସାଇଣ୍ଟିଷ୍ଟ ମୌସୁମୀ ସାହୁ, ମନରେଗା ସଂଯୋଜକ ପ୍ରିତମ ପାଣିଗ୍ରାହୀ, ବଲାଙ୍ଗିର ଜିଲ୍ଲା ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ତରଣୀ ସୁନା ପରିଦର୍ଶନରେ ଆସି ପଞ୍ଚାୟତର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ବୁଲି ଦେଖିଛନ୍ତି । ଏହି ପରିଦର୍ଶନ ସମୟରେ ଖୋଲାନ ପଞ୍ଚାୟତର ବ୍ରାହ୍ମଣୀ ପଡ଼ାର ଖଇରମୁଣ୍ଡା ପାଣି ଟ୍ୟାଙ୍କ, ସିଆଲ ଝୁଡୁଙ୍ଗିର ରିଙ୍ଗ ୱେଲ, ଖୋଲାନ ଗ୍ରାମର ଅମୃତ ସରୋବର ଦେଖି ସରପଞ୍ଚ ନରେଶ ଅଗ୍ରୱାଲ ଓ ବିଡ଼ିଓଙ୍କ ଅଧିକାରୀଙ୍କୁ ପ୍ରଶଂସା କରିଥିଲେ । ଏହି ଅବସରରେ ଟିଟିଲାଗଡ଼ ବିଡ଼ିଓ ସୁଶାନ୍ତ ରଣା, ସରପଞ୍ଚ ନରେଶ ଅଗ୍ରୱାଲ, ପଞ୍ଚାୟତ ନିର୍ବାହୀ ଅଧିକାରୀ ସୁରେନ୍ଦ୍ର ମିଶ୍ରଙ୍କ ସମେତ ପଞ୍ଚାୟତିରାଜ ବିଭାଗର ବହୁ ଅଧିକାରୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.