ନିଉ ଇଣ୍ଡିଆ ଲିଟିରେସି ପ୍ରୋଗ୍ରାମର ମୌଳିକ ଭାଷା ଓ ସଂଖ୍ୟାଜ୍ଞାନର ଆକଳନ ପରୀକ୍ଷା ଅନୁଷ୍ଠିତ

ତୁଷୁରା, (କେପିଏନ୍‌ଏସ୍‌) : ନିଉ ଇଣ୍ଡିଆ ଲିଟିରେସି ପ୍ରୋଗ୍ରାମ (ଏନ୍.ଆଇ.ଏଲ୍.ପି)ର ମୌଳିକ ଭାଷା ଓ ସଂଖ୍ୟାଜ୍ଞାନ ଆକଳନ ପରୀକ୍ଷା ସରକାରୀ ବାଳକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ତୁଷୁରା ପରିସରରେ ରବିବାର ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୋଟ୍‌ ୬୦ ଛଣ ଅଧାରୁ ପାଠପଢା ଛାଡିଥିବା ଏବଂ ଆଦୌ ପାଠପଢି ନଥିବା ୧୫ ବର୍ଷରୁ ଅଧିକ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ । ପରୀକ୍ଷା କେନ୍ଦ୍ରକୁ ବଲାଙ୍ଗିର ଡିଇଓ ଧ୍ରୁବଚରଣ ବେହେରା, ଏଡିଇଓ କେଶବ ମେହେର, ଗୁଡଭେଲା ବିଇଓ ରୁଷିଆ ମେହେର, ଦେଓଗାଁ ବିଇଓ ମମତା ମାହାଡିକ, ଏବିଇଓ ବିପିନ ବାଗ ଓ ସିଆର୍‌ସିସି ଜଗମୋହନ ତ୍ରିପାଠୀ ପରିଦର୍ଶନରେ ଆସିଥିଲେ । ପରୀକ୍ଷାଟିକୁ ପ୍ରଧାନ ଶିକ୍ଷକ ହେମନ୍ତ କୁମାର ଦାଶ ଓ ସହକାରୀ ଶିକ୍ଷୟିତ୍ରୀ ବିନ୍ଦୁ ମହାଣା ପରିଚାଳନା କରିଥିଲେ । ଉକ୍ତ ଟିମ୍‌ ବାଗବାହାଲି ୟୁପି ସ୍କୁଲକୁ ମଧ୍ୟ ପରିଦର୍ଶନ କରିଥିଲେ । ଉକ୍ତ ପରୀକ୍ଷା କେନ୍ଦ୍ରକୁ ପ୍ରଧାନ ଶିକ୍ଷକ ମନୋରଞ୍ଜନ ଭୋଇ ପରିଚାଳନା କରିଥିଲେ । ଏହିପରି ଗୁଡଭେଲା ବ୍ଲକ୍‌ର ସମସ୍ତ ବିଦ୍ୟାଳୟରେ ପରୀକ୍ଷା କେନ୍ଦ୍ର ହୋଇଥିଲା ଓ ପରୀକ୍ଷାର୍ଥୀମାନେ ଆଗ୍ରହର ସହ ପରୀକ୍ଷା ଦେଇଥିଲେ ।

Leave A Reply

Your email address will not be published.