ମାଁ ମାଣିକେଶ୍ୱରୀଙ୍କ ବିଶ୍ୱ ପ୍ରସିଦ୍ଧ ଛତର ଯାତ୍ରାରେ ଲକ୍ଷାଧିକ ଭକ୍ତଙ୍କ ଗହଳି

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ଆଜି ର୍ମା ମାଣିକେଶ୍ୱରୀଙ୍କ ବିଶ୍ୱ ପ୍ରସିଦ୍ଧ ଛତର ବିଜୟ ଯାତ୍ରା ପାଇଁ ଭବାନୀପାଟଣା ସହର ଉତ୍ସବ ମୁଖର ହୋଇ ଉଠିଛି । ଲକ୍ଷାଧିକ ଭକ୍ତଙ୍କ ଗହଳି ଦେଖିବାକୁ ମିଳିଛି । ଗତ ଗୁରୁବାର ନିଶାର୍ଧରେ ମାଁ ମାଣିକେଶ୍ୱରୀଙ୍କ ପ୍ରତୀକ ଛତର ମନ୍ଦିରରୁ ଜେନାଖାଲକୁ ନିଆଯାଇଥିଲା । ସେଠାରେ ଗୁପ୍ତ ପଦ୍ଧତିରେ ପୂଜାର୍ଚନା କରାଯାଇଥିଲା । ଶୁକ୍ରବାର ସକାଳ ୪. ୩୫ରେ ଜେନାଖାଲରୁ ବିଜୟ ଛତର ଉଠା ଯିବା ପରେ ମନ୍ଦିର ଅଭିମୁଖେ ଯାତ୍ରା କରିଛନ୍ତି । ତ୍ରୀସ୍ତରୀୟ ସୁରକ୍ଷା ବଳୟ ମଧ୍ୟରେ ମାଁଙ୍କ ଛତର ଯାଉଛନ୍ତି । ବର୍ଷ ତମାମ ମାଁ ମାଣିକେଶ୍ୱରୀ ମନ୍ଦିର ଗର୍ଭ ଗୃହ ମଧ୍ୟରେ ପୂଜା ପାଉଥିବା ବେଳେ କେବଳ ଛତର ଯାତ୍ରା ଦିନ ରାଜ ରାସ୍ତାରେ ଭକ୍ତଙ୍କୁ ଅତି ନିକଟରୁ ଦର୍ଶନ ଦିଅନ୍ତି । ତେଣୁ ଭକ୍ତ ଶ୍ରଦ୍ଧାଳୁମାନେ ଏହି ଦିନକୁ ଅପେକ୍ଷା କରିଥାନ୍ତି । ମାନସିକଧାରୀମାନେ ମାନସିକ ପୂରଣ ହେବା ପରେ ମାଁଙ୍କ ନିକଟରେ ଶୁକ୍ଳ ଭୋଗ, କୁକୁଡ଼ା ବୋଦା ଆଦି ବଳି ଦେଇଥାନ୍ତି । ଚଳିତ ବର୍ଷ ମଧ୍ୟ ହଜାର ହଜାର ସଂଖ୍ୟାରେ ବଳି ପ୍ରଦାନ କରାଯାଇଥିବା ଦେଖାଯାଇଛି । ରାଜ ରାସ୍ତା ବଳି ରକ୍ତରେ ରକ୍ତ ରଞ୍ଜିତ ହୋଇ ଯାଇଛି ।

Leave A Reply

Your email address will not be published.