ଜିଲ୍ଲାସ୍ତରୀୟ ଯୁବ ସମାଜ ପାଇଁ ତମାଖୁ ମୁକ୍ତ ଅଭିଯାନ ୨.୦ ଶୁଭାରମ୍ଭ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ ଯୁବ ସମାଜ ପାଇଁ ତମାଖୁ ମୁକ୍ତ ଅଭିଯାନ ୨.୦ର ଶୁଭାରମ୍ଭ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମକୁ ସୁବର୍ଣ୍ଣପୁର ଜିଲ୍ଲାପାଳ ଅନ୍ୟା ଦାସ ଉପସ୍ଥିତ ରହି ଶୁଭାରମ୍ଭ କରିଥିଲେ । ଏହି ଅଭିଯାନ ୨୪ ସେପ୍ଟେମ୍ବରରୁ ଆରମ୍ଭ ହୋଇ ୨୩ ନଭେମ୍ବର ପର୍ଯ୍ୟନ୍ତ ଆମ ଜିଲ୍ଲାରେ ଚାଲିବ । ଏôଥରେ ମୁଖ୍ୟତଃ ୧୧ ରୁ ୧୯ ବର୍ଷ ଯୁବକ ଓ ଯୁବତୀମାନଙ୍କ ମଧ୍ୟରେ ସଚେତନତା ସହିତ ସେମାନେ ତମାଖୁରୁ କେମିତି ଦୂରରେ ରହିବେ ପ୍ରୟାସ କରାଯିବ । ସେ ତମାଖୁ ମୁକ୍ତ ଗ୍ରାମ, ପଂଚାୟତ ଓ ସ୍କୁଲ ପାଇଁ ପ୍ରୟାସ କରିବାକୁ ଜିଲ୍ଲାର ସମସ୍ତ ସଂଶ୍ଲିଷ୍ଟ ବିଭାଗକୁ ସମନ୍ୱୟ ରଖିବା ପାଇଁ ନିର୍ଦେଶ ଦେଇଥିଲେ । ଏହା ସହିତ କୋଟପା ସ୍କ୍ୱାଡ଼ ଆହୁରି ତତ୍ପରତାର ସହିତ କାର୍ଯ୍ୟ କରିବ ଓ ଆଦାୟ ଜରିମାନା ରେଡକ୍ରସ ପାଣ୍ଠିକୁ ଦେବା ପାଇଁ କହିଥିଲେ । ଏହି ଅଭିଯାନର ଉଦେଶ୍ୟ ଉପରେ ଅତିରିକ୍ତ ଜନସ୍ୱାସ୍ଥ୍ୟ ଅଧିକାରୀ, ସ୍ୱାସ୍ଥ୍ୟ ଓ ପରିବାର ନିୟୋଜନ ଡାକ୍ତର ଦୈତ୍ୟ ନାରାୟଣ ପାଢ଼ୀ ପ୍ରାରମ୍ଭିକ ଉଦବୋଧନ ଦେଇଥିବା ବେଳେ ଅତିରିକ୍ତ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ରମେଶ ଚନ୍ଦ୍ର ସ୍ୱାଇଁ ଅଭିଯାନ ଉପରେ ବିସ୍ତୃତ ବିବରଣୀ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ସ୍କୁଲ ଓ ଗଣ ଶିକ୍ଷା, ଉଚ୍ଚଶିକ୍ଷା, ପୋଲିସ, ଅବକାରୀ, ସ୍ୱେଚ୍ଛାସେବୀ ଅନୁଷ୍ଠାନ, ରେଡକ୍ରସ୍‌, ଯୁବକ ସଂଘ, ମହିଳା ଆରୋଗ୍ୟ ସମିତି ପ୍ରତିନିଧି ଗଣ ଯୋଗ ଦେଇଥିଲେ । ଏହି ସଭାରେ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ମନୋଜ କୁମାର ଅଡବାର, ଡାକ୍ତର ଗୋପାଳ ଚନ୍ଦ୍ର ମଲ୍ଲିକ, ସମସ୍ତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଅଧିକ୍ଷକ ବୃନ୍ଦ, ବ୍ଲକ ଜନସ୍ୱାସ୍ଥ୍ୟ ସାମ୍ପ୍ରସାରଣ ଅଧିକାରୀ ବୃନ୍ଦ ଯୋଗ ଦେଇଥିଲେ । ଶ୍ରୀମତୀ ଗୀତାଞ୍ଜଳି ମେହେର, ସହ ପରିଚାଳକ ଅଣ ସଂକ୍ରମକ ରୋଗ ସ୍ଲାଇଡ଼ ସୋ ମାଧ୍ୟମରେ ଅଭିଯାନର ବିସ୍ତୃତ କାର୍ଯ୍ୟକ୍ରମ ଉପସ୍ଥାପନା କରିଥିଲେ । ଶେଷରେ ସହ ପରିଚାଳକ ଆଶା ଓ ଗାଁ କଲ୍ୟାଣ ସମିତି ତରଣୀସେନ ପଧାନ ଧନ୍ୟବାଦ ଅର୍ପଣ କରିଥିବା ବେଳେ ଏଡିପିଏଚ ସିଓ ବୃନ୍ଦାବନ ସାହୁ ସହଯୋଗ କରିଥିଲେ ।

Leave A Reply

Your email address will not be published.