ହାଟପଡିଆ ନିକଟରୁ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର

କେନ୍ଦୁଝର : ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର । କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ହାଟପଡିଆ ନିକଟରୁ ଜଣେ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି । ସୂଚନା ଅନୁସାରେ, ସୋମବାର ରାତିରୁ ଘଟଗାଁ ଥାନା ହାଟପଡିଆରେ ବ୍ୟକ୍ତିଙ୍କ ମୃତଦେହ ପଡିରହିଥିଲା । ମୃତଦେହଟି ପଡିଥିବା ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଜଣାଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଛି । ତେବେ ଏବେ ଯାଏଁ ମୃତ୍ୟୁର ସଠିକ୍‌ କାରଣ ଜଣାପଡିନାହିଁ । ଏହାସହିତ ମୃତକଙ୍କ ପରିଚୟ ମଧ୍ୟ ମିଳିନାହିଁ ।

Leave A Reply

Your email address will not be published.