jsm

ବିଶିଷ୍ଟ ସାହିତ୍ୟିକ, ବରେଣ୍ୟ କବି, ବିଚକ୍ଷଣ ରାଜନିତୀଜ୍ଞ, ସୁପ୍ରସିଦ୍ଧ କଣ୍ଠଶିଳ୍ପୀ, ପ୍ରବୀଣ କଳାକାର, ଅଦ୍ୱିତୀୟ ଗିତିକାର ସ୍ୱର୍ଗତ ବିଧୁଭୂଷଣ ଗୁରୁଙ୍କ ୧୦୫ତମ ଜୟନ୍ତୀ ପାଳିତ

csstore

ତୁଷୁରା, (କେପିଏନ୍‌ଏସ୍‌) : ତୁଷୁରା ମାଟିର ସୁଯୋଗ୍ୟ ସନ୍ତାନ ବିଶିଷ୍ଟ ସାହିତ୍ୟିକ, ବରେଣ୍ୟ କବି, ବିଚକ୍ଷଣ ରାଜନିତୀଜ୍ଞ, ସୁପ୍ରସିଦ୍ଧ କଣ୍ଠଶିଳ୍ପୀ, ପ୍ରବୀଣ କଳାକାର, ଅଦ୍ୱିତୀୟ ଗିତିକାର ସ୍ୱର୍ଗତ ବିଧୁଭୂଷଣ ଗୁରୁଙ୍କ ୧୦୫ତମ ଜୟନ୍ତୀ ଆଭାସୀ ମାଧ୍ୟମରେ ବିଧୁଭୂଷଣ ସାହିତ୍ୟ ସଂସଦ ତୁଷୁରାର ସଭାପତି ଅଖିଳ ଷଡ଼ଙ୍ଗୀଙ୍କ ପୌରହିତ୍ୟ ଓ ସଂପାଦକ ଆଶୁକବି ହେମନ୍ତ ଦାଶଙ୍କ ସଭା ସଞ୍ଚାଳନରେ ପାଳିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ସାହିତ୍ୟିକ ତଥା ସ୍ତମ୍ଭକାର ତୁଳସୀ ଜୈନ ଯୋଗଦେଇ ପୁଣ୍ୟାତ୍ମା ସ୍ୱର୍ଗତ ଗୁରୁଙ୍କୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ତାଙ୍କର ସ୍ମୃତିଚାରଣ କରିଥିଲେ । ମୁଖ୍ୟ ବକ୍ତା ଭାବେ ବିଶିଷ୍ଟ ଶିକ୍ଷାବିତ୍‌ ସଚ୍ଚିଦାନନ୍ଦ ପଟ୍ଟନାୟକ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ମଞ୍ଜୁମେଧା ଗୁରୁ ଓ ବରୁଣ ସାହୁ ଯୋଗ ଦେଇଥିଲେ । ବିଧୁଭୂଷଣ ସାହିତ୍ୟ ସଂସଦର ସମସ୍ତ ସଦସ୍ୟ, ସଦସ୍ୟା ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

yuvodaya
Leave A Reply

Your email address will not be published.