ପାର୍ବଣରେ ସଜେଇ ହେଉଛି ପୂଜା ମେଢ଼ : ଜଗତ ଜନନୀ ମାଁ ଦୁର୍ଗାଙ୍କ ଆଗମନର ଅପେକ୍ଷା

ନୂଆପଡା, (ଅଜିତ ବେହେରା) : ଆଉ କିଛି ଦିନର ଅପେକ୍ଷା । ଚତୁର୍ଦ୍ଦିଗ ପ୍ରକମ୍ପିତ ହୋଇ ଉଠିବ ଘଣ୍ଟଶଭଙ୍ଖ, ଢୋଲ ଓ ମହୁରୀର ତାଳେ ତାଳେ ମୁଖରିତ ହେବ ଗାଁ ଦାଣ୍ଡ । ଧୂପ ଓ ଝୁଣାରେ ମହକି ଉଠିବ ପୁରପଲ୍ଲୀ । ଆଉ ଦିନ କେଇଟା ପରେ ଧରାପୃଷ୍ଠକୁ ଆଗମନ କରିବେ ମାଁ ଜଗତ ଜନନୀ ଦୁର୍ଗା ମାଁଙ୍କ ପୂଜାର୍ଚ୍ଚନା ପାଇଁ ବିଭିନ୍ନ ପୂଜା କମିଟି ପ୍ରସ୍ତୁତିରେ ଲାଗି ପଡିଛନ୍ତି । ଶରତ ଋତୁ ଆଗମନରେ ସବୁଆଡେ ପାର୍ବଣର ମାହୋଲା ଧୂରେ ଧୂରେ ପବନର ସ୍ପର୍ଷରେ କାଶତଣ୍ଡୀ ଫୁଲର ସୌନ୍ଦର୍ଯ୍ୟ ସବୁଆଡେ ଖେଳି ଯାଇଛି‌ ।  ଅପେକ୍ଷାର ଅନ୍ତ ଘଟାଇ ଧରା ପୃଷ୍ଠକୁ ବିରାଜିବେ ଜଗତ ଜନନୀ ମାଁ ଦୁର୍ଗା । ମାଁଙ୍କ ଆଗମନକୁ ନେଇ ସବୁ ଆଡେ ଏବେ ଖୁସିର ଆସର ଜମିଲାଣି । ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ଐତିହାସିକ କଳା ସଂସ୍କୃତିର ମାଟି ଗଣ୍ତାବାହାଲି ଠାରେ ଚଳିତ ବର୍ଷ ମହାଆଡମ୍ବରରେ ଅନୁଷ୍ଠିତ ହେବ ଶାରଦୀୟ ଦୁର୍ଗାପୂଜା । ଦୀର୍ଘ ଦିନ ଧରି‌ ଅଞ୍ଚଳରେ ଗଣ୍ତାବାହାଲି ସାର୍ବଜନୀନ ଦୁର୍ଗାପୂଜା ଅନୁଷ୍ଠିତ ହୋଇ ଆସୁଛି ଏବଂ ବିଶେଷ ଆର୍କଷଣର କେନ୍ଦ୍ରବିନ୍ଧୁ ସାଜେ ପୂଜାମେଢ । ଅଞ୍ଚଳର କୁଶଳୀ କାରିଗରୀ ତିଆରି କରୁଛନ୍ତି ଚିତ୍ତାକର୍ଷକ ସାଜସଜ୍ଜା ଏବଂ ମାଁଙ୍କ ତୋରଣ ଝଲସି ଉଠୁଛି । ବାଉଁଶ ଓ କପଡ଼ାରେ ଅନେକ ଚିତ୍ର ବିଚିତ୍ର କଳାକୁ ମନୋରମ ଢ଼ଙ୍ଗରେ କାରିଗରମାନେ ଆଙ୍କି ତିଆରି କରୁଛନ୍ତି ସୁନ୍ଦର ମେଢ଼ । ସତେ ଯେମିତି ମାଁଙ୍କ ବାଟକୁ ଚାହିଁ ରହିଛି‌ ପୂଜା‌ ମେଢ ,କେବେ ମାଁ ଆସିବେ ।  ମାଁ ଯେତେବେଳେ ପୂଜାସ୍ଥଳରେ‌ ବସିବେ ପୂଜାମେଢ଼ର ସୈନ୍ଦର୍ଯ୍ୟ ଦ୍ଵିଗୁଣିତ ହେବ ବୋଲି ଦର୍ଶକମହଳରେ ଚର୍ଚ୍ଚା ହେଉଛି । ମୂର୍ତ୍ତି କାରିଗର ମଧ୍ୟ ଭାବ ବିହ୍ୱଳ ହୋଇ ମାଁକୁ ସଜେଇ ଦେଉଛି ନିଜର ହସ୍ତର ସମସ୍ତ କାରିଗରୀ ବିଦ୍ୟାକୁ ଖଟାଇ ନୂଆଁ ରୂପ ଦେବା । ଯେଉଁ ରୂପରେ ଜଗତ ଜନନୀ ମାଁ ଦୁର୍ଗା ଅତିସୁନ୍ଦର ଦିଶିବେ । ସ୍ଥାନୀୟ କମିଟି ସଭାପତି ଟଙ୍କଧର ମେହେରଙ୍କ ସୂଚନା ଅନୁସାରେ‌ ମାଁଙ୍କ ପୀଠରେ ସପ୍ତମୀ ତିଥି ଠାରୁ ପୂଜା ଆରମ୍ଭ ହେବ‌ । ଚଳିତ ବର୍ଷ ଅନେକ ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ଦର୍ଶକଙ୍କୁ ଆକର୍ଷିତ କରିବା ସହ ଭକ୍ତ ଶ୍ରଦ୍ଧାଳୁ ମାନଙ୍କ ଭିଡ଼ ଜମିବ ବୋଲି ଆଶା ପ୍ରକାଶ କରୁଛନ୍ତି ।

Leave A Reply

Your email address will not be published.

error: Content is protected !!