ମୁନିଷିପେଣ୍ଠ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ରୋଗୀ କଲ୍ୟାଣ ସମିତି ବୈଠକ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବ୍ଲକ ଅନ୍ତର୍ଗତ ମୁନିଷିପେଣ୍ଠ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ସୋମବାର ରୋଗୀ କଲ୍ୟାଣ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ ଅଧ୍ୟକ୍ଷତା କରିଥିଲେ । ସ୍ୱାସ୍ଥ୍ୟ କେନ୍ଦ୍ର ଇନ୍‌ଚାର୍ଜ ତା. ସୌମ୍ୟକାନ୍ତ ମହାପାତ୍ର ଏହି କାର୍ଯ୍ୟକ୍ରମରେ ସଂଯୋଜନା କରିଥିଲେ । ପରେ ବିଧାୟକ ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରିବା ସହିତ ଚାରାରୋପଣ କରିଥିଲେ । ବିଡିଓ ସୁଶାନ୍ତ କୁମାର ବରାଳ ଓ ସରପଞ୍ଚ ନିରଞ୍ଜନ ପ୍ରଧାନ ପ୍ରମୁଖ ମଞ୍ଜାସୀନ ଥିଲେ । ଜନସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ବରୁଣ ପାଣିଗ୍ରାହୀ ଅତିଥିମାନଙ୍କ ପରିଚୟ ପ୍ରଦାନ କରିବା ସହିତ ସମିତିର ସଦସ୍ୟଙ୍କୁ ସ୍ୱାଗତ କରିଥିଲେ । ପ୍ରୋଗ୍ରାମ ମ୍ୟାନେଜର ସିମାଞ୍ଚଳ ପ୍ରଧାନ ଉନ୍ନୟନ କାର୍ଯ୍ୟ ଖସଡ଼ା ଉପସ୍ଥାପନ କରିଥିଲେ । ସ୍ୱାସ୍ଥ୍ୟ କେନ୍ଦ୍ରର ଭିତ୍ତିଭୂମି ଓ ରୋଗୀମାନଙ୍କୁ ଉତ୍ତମ ଚିକିତ୍ସା ଯୋଗାଇବା ସମ୍ପର୍କରେ ଆଲୋଚନା ହୋଇଥିଲା । ସ୍ୱାସ୍ଥ୍ୟ କେନ୍ଦ୍ରର ଅନେକ ଅସୁବିଧା ରହିଛି, ସମୟ ଅନୁଯାୟୀ ଏହାକୁ ସମାଧାନ କରିପାରିବା ତାହା ପାଇଁ ଖସଡ଼ା ପ୍ରସ୍ତୁତ କରିବାକୁ ବିଧାୟକ ପରାମର୍ଶ ଦେଇଥିଲେ । ଏହି ବୈଠକରେ ୨୦ ଜଣ ଟିବି ରୋଗୀମାନଙ୍କୁ ପୃଷ୍ଟିକର୍ ଖାଦ୍ୟ ପକେଟ୍ ବିଧାୟକଙ୍କ ଦ୍ଵାରା ବଣ୍ଟନ କରାଯାଇଥିଲା ଏବଂ ବ୍ଲକ୍ ପ୍ରୋଗ୍ରାମ ମେନେଜର ସିମାଞ୍ଚଳ ପ୍ରଧାନ ଏବର୍ଷ ଆର୍ଥିକ ବର୍ଷରେ ଯେଉଁ ସବୁ ଉନ୍ନୟନ ମୂଳକ କାର୍ଯ୍ୟ ସି.ଏଚ୍‌.ସି.ରେ କରାଯିବ ତାର ତାଲିକା ପ୍ରସ୍ତୁତି କରି ଉପସ୍ଥାପନା କରିଥିଲେ । ବୈଠକରେ ଶିକ୍ଷା ବିଭାଗ ପ୍ରତିନିଧ ରଘୁନାଥ ପ୍ରଧାନ, ଆର୍‌.କେ.ଏସ୍. ସଭ୍ୟ ଟୁଲୁ ସାହୁ, ରବୀନ୍ଦ୍ର ନାହାକ, ବନୋଜ କୁମାର ନାହାକ, ଏନ୍. ଦୁର୍ଯ୍ୟୋଧନ ରେଡ୍ଡୀଙ୍କ ସମେତ ଅଞ୍ଚଳର ବହୁ ବରିଷ୍ଠ ବ୍ୟକ୍ତି ଉପସ୍ଥିତ ଥିଲେ ।

Leave A Reply

Your email address will not be published.

error: Content is protected !!