ବିପୁଳ ପରିମାଣର ନକଲି ମଦ ଜବତ : ୫ ଗିରଫ

କଟକ, (କେପିଏନ୍‌ଏସ୍‌) : କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଏସ୍‌ଆର୍ ବାର୍ ଉପରେ ଅବକାରୀ ବିଭାଗର ଚଢ଼ାଉ । ଘଟଣାସ୍ଥଳରୁ ବିପୁଳ ପରିମାଣର ନକଲି ବିଦେଶୀ ମଦ ଜବତ । ଘଟଣାରୁ ପ୍ରକାଶ ଯେ, ଆଜି ସକାଳୁ ଅବକାରୀ ବିଭାଗର ୧୦ ଜଣିଆ ଟିମ୍‌ ଏସ୍‌ଆର୍‌ ବାର୍‌ ମାଲିକଙ୍କ ଘର ଭଦ୍ରେଶ୍ୱର ଥାନା ପ୍ରହରାଜପୁର ଠାରେ ଚଢ଼ାଉ କରିଥିଲେ । ନକଲି ବିଦେଶୀ ମଦ ସହିତ ବ୍ୟବହୃତ ହେଉଥିବା ବୋତଲ ଲୋଗୋକୁ ଜବତ କରିବା ସହ ନିଶ୍ଚିନ୍ତକୋଇଲି ଏସ୍‌ଆର୍‌ ବାର୍‌ର ଉପରେ ଚଢ଼ାଉ କରି ବିପୁଳ ପରିମାଣର ଲକ୍ଷାଧିକ ଟଙ୍କାର ନକଲି ବିଦେଶୀ ମଦ ଜବତ କରିଥିଲେ । ଅବକାରୀ ବିଭାଗ ୫ ଜଣଙ୍କୁ ଗିରଫ କରି ଥିବା ବେଳେ ବାର୍‌ର କର୍ମଚାରୀ ଏବଂ ଘରେ ମଦ ପ୍ରସ୍ତୁତ କରୁଥିବା ଯୁବକଙ୍କୁ ଗିରଫ କରିଛି । ଏଥିରେ ବ୍ୟବହୃତ ହେଉଥିବା ୩ଟି ସ୍କୁଟିକୁ ଜବତ କରିଥିବା ବେଳେ ଅବକାରୀ ବିଭାଗର ୧୦ ଜଣିଆ ଟିମ୍ ଅଧିକ ତଦନ୍ତ ଚଳାଇଛି ।

Leave A Reply

Your email address will not be published.