oom

ବଲାଙ୍ଗିର ଏସ୍‌ପିଙ୍କ ଦ୍ୱାରସ୍ଥ ହେଲା ପୂର୍ବତନ ସୈନିକ ସଂଘ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗତ କିଛି ଦିନ ଚଳେ ଭୁବନେଶ୍ଵର ସ୍ଥିତ ଭରତପୁର ଥାନାରେ ଜଣେ ସେବାରତ ସେନାର ମେଜର ତଥା ତାଙ୍କ ବାନ୍ଧବୀଙ୍କୁ ପୋଲିସ କର୍ମଚାରୀମାନେ ମାନସିକ ତଥା ଶାରୀରିକ ଅତ୍ୟାଚାର ସ୍ୱରୂପ ଦୁର୍ବବ୍ୟହାର ପ୍ରଦଶନ କରିବା ସଂଗେ ସଂଗେ ମାଡ ମାରିବା ଘଟଣାକୁ ବଲାଙ୍ଗିର ଜିଲ୍ଲା ପୂର୍ବତନ ସୈନିକ ସଂଘ ଦୃଢ଼ ନିନ୍ଦା କରି ଆଜି ବଲାଙ୍ଗିର ଆରକ୍ଷୀ ଅଧିକ୍ଷକଙ୍କ ଦ୍ୱାରସ୍ଥ ହୋଇଥିବା ଜଣାପଡିଛି । ଏହି ପରିପ୍ରେକ୍ଷୀରେ ସଂଘର ସମ୍ପାଦକ ପ୍ରତାପ ଚନ୍ଦ୍ର ରଥ କହିଛନ୍ତି ଯେ, ଏହାର ବିଧିବଦ୍ଧ ତଦନ୍ତ କରି ଦୋଷୀକୁ ଦଣ୍ଡବିଧାନ କରାଯାଇ ତତ୍ ସଂଗେ ସଂଗେ ଆଗାମୀ ଦିନରେ ଯେପରି ଯବାନ, ପୂର୍ବତନ ଜବାନ ମାନଙ୍କୁ ପୋଲିସ ଏପରି ଦୂର୍ବବ୍ୟହାରର ପୁନରାବୃତି ନକରି ସାହାଯ୍ୟର ହାତ ବଢେଇବା ନିମନ୍ତେ ଯତ୍ନବାନ ହୁଅନ୍ତୁ ବୋଲି ସେ ପୋଲିସ ନର୍ଦ୍ଦେଶକଙ୍କୁ ଅନୁରୋଧ କରିଛନ୍ତି ।

jittmm
Leave A Reply

Your email address will not be published.