pr

ବଲାଙ୍ଗିର ବସ ଟର୍ମିନାଲ ଠାରେ ମ୍ୟୁନିସିପାଲଟି ଏବଂ ସିଆରପିଏଫ୍ ପକ୍ଷରୁ ସ୍ୱଚ୍ଛ ଭାରତ ସଚେତନତା କାର୍ଯ୍ୟକ୍ରମ

dr. purohit

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହର ବସ ଟର୍ମିନାଲରେ ମ୍ୟୁନିସିପାଲଟି ଏବଂ କେନ୍ଦ୍ରୀୟ ରିଜର୍ଭ ପୁଲିସ ବାହିନୀ ବଳ (ସି.ଆର.ପି.ଏଫ)ର ମିଳିତ ଆନୁକୁଲ୍ୟରେ ସଫେଇ କାର୍ଯ୍ୟକ୍ରମ କରାଯାଇଥିଲା । ସି.ଆର.ପି.ଏଫ କମାଣ୍ଡେଣ୍ଟ ଏବଂ ପୌରାଧ୍ୟକ୍ଷା ଲିକା ସାହୁ, ଉପାଧ୍ୟକ୍ଷା ଗାୟତ୍ରୀ ଭୋଇ, ପ୍ରାଇଭେଟ୍ ବସ ମାଲିକ ସଂଘ ସଭାପତି ଦୁର୍ଗା ଚରଣ ବେହେରା, ଉପ ସଭାପତି ଚଗଲା ପରିଛା, ସମ୍ପାଦକ ପ୍ରଦ୍ୟୁତ ମିଶ୍ର, କୋଷାଧ୍ୟକ୍ଷ ମାନସ ରଞ୍ଜନ ନାଏକ, ଯୁଗ୍ମ ସମ୍ପାଦକ ଶଙ୍କର ପଟ୍ଟନାୟକ, ଡମ୍ବୁରୁଧର ଆଚାର୍ଯ୍ୟା, ମନୋଜ ଗୁରୁ, ଚନ୍ଦ୍ରମଣୀ ତ୍ରିପାଠୀ , ଅକ୍ଷୟ କୁମାର ପଟ୍ଟନାୟକ, ପ୍ରଶାନ୍ତ ପଣ୍ଡା, ଭବାନୀ ଶଙ୍କର ପଟେଲ, ଶିବ ଶଙ୍କର ପଟେଲ, ଜୟନ୍ତ ସିଂଦେଓ, ଅରୁଣ ବରାଲ, ଜ୍ୟୋତି କୁମ୍ଭାର ଓ ବୁଲୁ ବେହେରା ଯୋଗଦାନ କରିଥିଲେ । ସି.ଆର.ପି.ଏଫ ଯବାନ ଏବଂ ମ୍ୟୁନିସିପାଲଟି କର୍ମଚାରୀ ଏବଂ ବସ ଟର୍ମିନାଲ କର୍ମଚାରୀମାନେ ଏଥିରେ ଯୋଗଦାନ କରି ଟର୍ମିନାଲ ପରିସରକୁ ସଫେଇ କରିଥିଲେ । ଏହି ଅବସରରେ ପୌରାଧ୍ୟକ୍ଷା ଲିକା ସାହୁ ପ୍ରତିକ୍ରିୟା ରଖି କହିଥିଲେ ଯେ, ବସ୍ ଟର୍ମିନାଲ ପରିସର ସଫେଇ ସହିତ ସହରରେ ବିଭିନ୍ନ ସ୍ଥାନମାନଙ୍କରେ ୧୭ ତାରିଖ ଠାରୁ ଅକ୍ଟୋବର ୨ ପର୍ଯ୍ୟନ୍ତ ସ୍ୱଚ୍ଛ ଭାରତ ସଚେତନତା କାର୍ଯ୍ୟକ୍ରମ ଚାଲିବ ।

nrusinghnath
Leave A Reply

Your email address will not be published.