pr

କଳାହାଣ୍ଡି ଜିଲ୍ଲା ସମ୍ମିଳିତ କର୍ମଜୀବୀ ସାମ୍ବାଦିକ ସଂଘର ନୂଆଁଖାଇ ଭେଟ୍‌ଘାଟ୍‌ ଅନୁଷ୍ଠିତ

dr. purohit

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ସମ୍ମିଳିତ କର୍ମଜୀବୀ ସାମ୍ବାଦିକ ସଂଘ କଳାହାଣ୍ଡି ଜିଲ୍ଲା ଶାଖାର ବାର୍ଷିକ ବୈଠକ ଏବଂ ଜିଲ୍ଲାସ୍ତରୀୟ ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ ସ୍ଥାନୀୟ ଏକ ଘରୋଇ ହୋଟେଲରେ ଅନୁଷ୍ଠିତ ହୋଇଯାଇଛି । ଏହି ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମରେ ସଂଘର ରାଜ୍ୟସ୍ତରୀୟ କର୍ମକର୍ତ୍ତା ଉପାଧ୍ୟକ୍ଷ ରଜନୀକାନ୍ତ ସାମନ୍ତରାୟ, ସଭାପତି ସଞ୍ଜୟ ଦାସ, ସାଧାରଣ ସମ୍ପାଦକ ପ୍ରସନ୍ନ କୁମାର ମହାନ୍ତି ଓ କୋଷାଧ୍ୟକ୍ଷ ପ୍ରଦ୍ୟୁମ୍ନ କୁମାର ଦାଶ ଉପସ୍ଥିତ ରହି ସାମ୍ବାଦିକ ମାନଙ୍କ ମନୋବଳ ବଢାଇବା ସହ ନିଜର ଅଧିକାର ପାଇଁ ଲଢେଇ ଜାରି ରଖିବା ପାଇଁ ଆହ୍ୱାନ ଦେଇଥିଲେ । ଏହା ସହିତ ସର୍ବସମ୍ମତି କ୍ରମେ ରାଜ୍ୟସ୍ତରୀୟ ନେତୃ ମଣ୍ଡଳୀଙ୍କ ଉପସ୍ଥିତିରେ ସଂଘର ଜିଲ୍ଲା ସଭାପତି ଭାବେ ଦୀପକ କୁମାର ସାହୁ, ଉପସଭାପତି ଭାବେ ଶରତ ଚନ୍ଦ୍ର ସାହୁ, ସୁରେନ୍ଦ୍ର ନାଏକ, ଶେଷଦେବ ନାଏକ, ସମ୍ପାଦକ ଭାବେ ମନୋଜ କୁମାର ନାଏକ, ଯୁଗ୍ମ ସମ୍ପାଦକ ଭାବେ କେଶବ ଚନ୍ଦ୍ର ସୁନାନୀ, ମହମ୍ମଦ ମଂଜୁର ଇଲାହି, ଶରତ ଚନ୍ଦ୍ର ସୁନାନୀ, କୋଷାଧ୍ୟକ୍ଷ ରାଜେଶ କୁମାର ସାହୁ, ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ଭାବେ ସଞ୍ଜୟ ସାହୁ, ବିନୀତ ସାହୁ, କୌଶିକ ନାଏକ, ଉପଦେଷ୍ଟା ଭାବେ କୁଞ୍ଜ ସାହୁ, କୁଲଦୀପ ଗୁପ୍ତା, ରାଜୁ ଅଗ୍ରୱାଲ ଓ ଆଇନ ଉପଦେଷ୍ଟା ଭାବେ ଗଣପତି ନାଏକ ନିର୍ବାଚିତ ହୋଇଛନ୍ତି । ଉପସ୍ଥିତ ସମସ୍ତ ସାମ୍ବାଦିକଙ୍କୁ ଆଇଏମ୍‌ସିର ଲୋଗୋ ସାମ୍ବାଦିକ ପରିଚୟ ପାଇଁ ଦିଆଯାଇଥିଲା । କାର୍ଯ୍ୟକ୍ରମରେ ସ୍ୱତନ୍ତ୍ର ନିମନ୍ତ୍ରିତ ଅତିଥି ଭାବେ ସମାଜସେବୀ ଚିତ୍ତରଞ୍ଜନ ମଣ୍ଡଳ(ବାବୁଲି) ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ କୁଞ୍ଜ ସାହୁ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିବାବେଳେ ସାଧାରଣ ସମ୍ପାଦକ ମନୋଜ କୁମାର ନାଏକ ବାର୍ଷିକ ବିବରଣୀ ଉପସ୍ଥାପନ କରିଥିଲେ । ଶେଷରେ ସଭାପତି ଦୀପକ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

nrusinghnath
Leave A Reply

Your email address will not be published.