ଜୁନାଗଡ଼ ବ୍ଲକରେ ପ୍ରଧାନ ଶିକ୍ଷକଙ୍କ ବୈଠକ ଅନୁଷ୍ଠିତ

କଳାହାଣ୍ଡି, (କେପିଏନ୍‌ଏସ୍‌) : କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକର ହାବସପୁର ସ୍ଥିତ କୃପାସିନ୍ଧୁ ଉଚ୍ଚ ବିଦ୍ୟାଳୟରେ ହାଇସ୍କୁଲ ପ୍ରଧାନ ଶିକ୍ଷକଙ୍କ ଏକାଦଶତମ ବୈଠକ ଅନୁଷ୍ଠିତ ହୋଇଯାଇଛି । ଭାରପ୍ରାପ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁଶାନ୍ତ କୁମାର ଠାକୁରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଜୁନାଗଡ଼ ହାଇସ୍କୁଲ ପ୍ରଧାନ ଶିକ୍ଷକ ନେପାଳ ବାଗ ଓ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ମନୋରଞ୍ଜନ ପାଣିଗ୍ରାହୀ ମଂଚାସୀନ ଥିଲେ । ବିଷ୍ଣୁପ୍ରିୟା ନାଏକ ସ୍ୱାଗତ ଭାଷଣ ଦେଇଥିବା ବେଳେ ସରକାରୀ ଏଜେଣ୍ଡା ଅନୁସାରେ ବିଭିନ୍ନ ଯୋଜନା ଯଥା ଏଫ୍‌ଏଲ୍‌ଏନ୍‌, ଉତ୍କର୍ଷ ପ୍ରଭୃତି ଉପରେ ଆଲୋଚନା ହୋଇଥିଲା । ବରିଷ୍ଠ ପ୍ରଧାନ ଶିକ୍ଷକ ଡ. ଦୀନକୃଷ୍ଣ ଯୋଶୀ, ବାଞ୍ଛାନିଧି ପଣ୍ଡା, ଦେବରାଜ ଗହୀର, ଅଜିତ ମେହେରଙ୍କ ସମେତ ବ୍ଲକର ଛତିଶ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଯୋଗ ଦେଇଥିଲେ । ସଭାର ବିବରଣୀ ମନୋରଞ୍ଜନ ସିଂ ଲେଖିଥିବା ବେଳେ ଶକ୍ତି ପ୍ରସାଦ ମେହେର ଓ ସୁଶାନ୍ତ କୁମାର ଦୀପ ସଂଯୋଜନା କରିଥିଲେ । ଶେଷରେ ବିଷ୍ଣୁପ୍ରିୟା ନାଏକ ଧନ୍ୟବାଦ ଦେଇଥିଲେ ।

Leave A Reply

Your email address will not be published.