oom

ବ୍ଲକ ପ୍ରଶାସନର ଆକଳନ ଠାରୁ ଅଧିକ ମହିଳାଙ୍କ ସମାଗମ

jsmm

ବୈପାରିଗୁଡା, (ବିକ୍ରାନ୍ତ କୁମାର ବେର୍ବତ୍ତା) : ସୁଭନ୍ଦ୍ରା ଯୋଜନା ପାଇଁ କିଛି ଦିନ ହେବ ବୈପାରିଗୁଡା ବ୍ଲକର ବିଭିନ୍ନ ଆଧାର କେନ୍ଦ୍ରରେ ପ୍ରବଳ ଗହଳି ଲାଗିରହିଥିବା ବେଳେ ଆଜି ତାଠାରୁ ଅଧିକ ମହିଳାଙ୍କ ସମାଗମ ଦେଖିବାକୁ ମିଳିଥିଲା । ସ୍ଥାନୀୟ ଗୌଡସାହି ପାଖ ରାବଣ ପଡିଆ ଠାରେ ବ୍ଲକ ପ୍ରଶାସନ ପକ୍ଷରୁ ସୁଭନ୍ଦ୍ରା ଶୁଭାରମ୍ଭ କାର୍ଯ୍ୟକ୍ରମ ପାଇଁ ଯେଉଁ ଡ୍ରୋନ୍‌ ଲଗାଇଥିଲା ତାଠାରୁ ଅଧିକ ମହିଳା ଏହି କାର୍ଯ୍ୟକ୍ରମରେ ଯୋଗଦାନ କରିଥିବାର ଦେଖିବାକୁ ମିଳିଛି । କିଏ ଛତା ଧରି ବାହାରେ ବସିଛି ତ କିଏ ଠିଆ ହୋଇ କାର୍ଯ୍ୟକ୍ରମ ଦେଖୁଥିଲେ । ତେବେ ବଡ କାର୍ଯ୍ୟକ୍ରମ ରହିଥିବା ବେଳେ ସେହି ଅନୁସାରେ ପ୍ରଶାସନର ବ୍ୟବସ୍ଥାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଥିବାର ଶୁଣିବାକୁ ମିଳିଛି । ତେବେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ଆରମ୍ଭ ହେବା ପୂର୍ବରୁ ହିଁ ଏଲ୍‌ଇଡି ଟିଭିରେ ସିଗିନାଲ୍‌ ନରହିବା ସହ ସଭା ମଝିରେ ଲଗାଯାଇଥିବା ଟିଭି ମଧ୍ୟ ବନ୍ଦ ରହିଥିବାର ଦେଖିବାକୁ ମିଳିଛି ।ଳ କାର୍ଯ୍ୟକ୍ରମ ଆରମ୍ଭ ହେବା ପରେ ଲାଇଫ୍‌ କାର୍ଯ୍ୟକ୍ରମ ମହିଳା ମାନେ ଦେଖିଥିଲେ ମଧ୍ୟ କିଛି ସମୟ ପାଇଁ କାର୍ଯ୍ୟକ୍ରମ ଆରମ୍ଭ ପୂର୍ବରୁ ସେମାନେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ତେବେ ଏହି କାର୍ଯ୍ୟକ୍ରମରେ ୬ ହଜାରରୁ ଅଧିକ ମହିଳାଙ୍କ ସମାଗମ ହୋଇଥିଲା । କିଛି କିଛି ମହିଳାଙ୍କୁ ୫ ହଜାର ଟଙ୍କା ଆସିଥିବା ବେଳେ କିଛି ଜଣ କହିଥିଲେ ଯେ, ଆମକୁ ମଧ୍ୟ ଶୀଘ୍ର ଟଙ୍କା ମିଳିବ ।

jittmm
Leave A Reply

Your email address will not be published.