ସଇଁତଲାରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ ଓ ଆବାସ ଯୋଜନା କାର୍ଯ୍ୟାଦେଶ ବଣ୍ଟନ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ସ୍ଥିତ ରେଲୱେ ଷ୍ଟେସନ ପଡିଆଠାରେ ମଙ୍ଗଳବାର ବିଜେପି ସରକାର ସୁଭଦ୍ରା ଯୋଜନା ମହିଳାମାନଙ୍କୁ ୫୦ ହଜାର ଟଙ୍କା ପ୍ରଦାନ ପାଇଁ ପ୍ରତିଶୃତି ଦେଇଛନ୍ତି । ଏହି କାର୍ଯ୍ୟକ୍ରମକୁ ଲୋକାର୍ପଣ କରିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଭରେନ୍ସ ଜରିଆରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିଛନ୍ତି । ଯାହା ଫଳରେ ମହିଳାମାନେ ଏହାର ପ୍ରଥମ କିସ୍ତି ୫ ହଜାର ଟଙ୍କା ପାଇବାରେ ସଫଳ ହୋଇଛନ୍ତି । ଏହି ପରିପେକ୍ଷୀରେ ସଇଁତଲା ବିଡ଼ିଓ ବିନୟ ଭୋଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ବ୍ଲକ ଉପାଧ୍ୟକ୍ଷ ଗୁଣସାଗର ମାଝୀ ମୁଖ୍ୟଅତିଥି ଭାବରେ ଯୋଗଦାନ କରିଥିଲେ । ଏଥିରେ ସମ୍ମାନିତ ଅତିଥି ସିଡ଼ିପିଓ ଗୋଲାପୀ ନାଏକ, ଜିଲ୍ଲା ପରିଷଦ ସଦସ୍ୟ, ସରପଞ୍ଚ ଓ ସମିତିସଭ୍ୟ ସଭ୍ୟାମାନେ ପ୍ରମୁଖ କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ । ଏହି କାର୍ଯ୍ୟକ୍ରମ ଉପସ୍ଥିତ ଥିବା ଅଧିକାଂଶ ମହିଳାଙ୍କ ମୋବାଇଲକୁ ସୁଭଦ୍ରା ଟଙ୍କା ପଡିବାର ମେସେଜ ଆସିବା ଦ୍ୱାରା ମହିଳାମାନେ ଖୁସି ପ୍ରକାଶ କରିଥିଲେ । ଏହାପରେ ମୁଖ୍ୟଅତିଥି ଉପାଧ୍ୟକ୍ଷ ଶ୍ରୀ ମାଝୀ ଆବାସ ଯୋଜନାର କାର୍ଯ୍ୟଦେଶ ହିତାଧିକାରୀମାନଙ୍କୁ ବଣ୍ଟନ କରିଥିଲେ । କାର୍ଯ୍ୟକ୍ରମକୁ ଏବିଡିଓ ଉପେନ୍ଦ୍ର ମାଝୀ ପରିଚାଳନା କରିଥିବାବେଳେ ଆକାଉଣ୍ଟ ଅଫିସର ଲଛମନ ଯାନୀ ଧନ୍ୟବାଦ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମ ସରକାରୀ ନିର୍ବାହୀ ଯନ୍ତ୍ରୀ ସନ୍ତୋଷ ବେହେରା, ବ୍ଲକ ସେକ୍ସନ ଅଫିସର ପର୍ଶୁରାମ ନାୟକ, କ୍ୟାସିୟର ତରୁଣ ଧରୁଆ, କିଶୋର ସାହୁ, ଯନ୍ତ୍ରୀ ରୋଜାଲିନ ପରିଡା, ସୁପରଭାଇଜର ପ୍ରଭାତ ନଳିନୀ ପଣ୍ଡା, ଜ୍ଞାନନ୍ଦା ମହାନନ୍ଦ, ସିମନ୍ତିନି ମଲ୍ଲିକ, ପକନୀ ଧରୁଆ, ବିଏଲସି ଡୁଲଣା ବାଗ, ମିଶନ ଶକ୍ତି ବିପିଏ ରଞ୍ଜିତ ନାଏକଙ୍କ ସମେତ ଅଙ୍ଗେନୱାଡି କର୍ମୀ, ଏମବିକେ, ସିଆରପିସିଏମ, ମିଶନ ଶକ୍ତି ମହିଳା, ଏସ.ଏସ.ଜି ଗୋଷ୍ଠୀ ମହିଳାମାନେ ସାମିଲ ହୋଇଥିଲେ ।

Leave A Reply

Your email address will not be published.