oom

ନୂନପୁର ସରକାରୀ ଉଚ୍ଚ ବିଦ୍ୟାଳୟରେ ବ୍ଲକସ୍ତରୀୟ କ୍ରୀଡା ସମ୍ମିଳନୀ

jsmm

ମ.ରାମପୁର, (ପିକେସାହୁ) : କଳାହାଣ୍ଡି ଜୀଲ୍ଲା ମ.ରାମପୁର ବ୍ଲକ ନୂନପୁର ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ଆଜି ବ୍ଲକସ୍ତରୀୟ ଭଳିବଲ ଓ କବାଡି ପ୍ରତିଯୋଗିତା ଭାରାପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ରଶ୍ମିରାଣୀ ମିଶ୍ର ତତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଏ.ବି.ଇ.ଓ ଜୟସେନ ନିଆଲ, ସ୍ଥାନୀୟ ସରପଞ୍ଚ ସବିତା ରଣା, ଜୁତୁଙ୍ଗ ହାଇ ସ୍କୁଲ ବିଜ୍ଞାନ ଶିକ୍ଷକ ଦିବାକର ସାହୁ, ସଗାରପାଳି ପ୍ରଧାନ ଶିକ୍ଷକ ସହଦେବ ସୁନା, ବ୍ଲକ କ୍ରୀଡା ସଭାପତି ବେଣୁଧର ରଣା, ସମ୍ପାଦକ ଭେରୀକଣ୍ଟ ପଧାନ, ବିଦ୍ୟାଳୟ ପରିଚାଳନା କମିଟି ଉପସ୍ଥିତ ରହି ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିବା ବେଳେ, ବ୍ଲକ ୧୪ ଗୋଟି ଉଚ୍ଚ ବିଦ୍ୟାଳୟରୁ କନିଷ୍ଠ ଓ ବରିଷ୍ଟ ବିଭାଗର ଛାତ୍ରଛାତ୍ରୀମାନେ ଅଂଶ ଗ୍ରହଣ କରିଥିଲେ । ସ୍କୁଲ ଖେଳ ଶିକ୍ଷକ ଦୋଲାମଣୀ ବେହେରା ସମେତ ଆସିଥିବା ସମସ୍ତ ଖେଳ ଶିକ୍ଷକମାନେ ସୂଚାରୁ ରୂପେ ଖେଳ ପରିଚାଳନା କରିଥିଲେ ।

jittmm
Leave A Reply

Your email address will not be published.