jsm

ଉମା ମେଡ଼ିକାଲ ଷ୍ଟୋରର ପ୍ରତିଷ୍ଠାତା ରଞ୍ଜିତ ସାହୁଙ୍କ ଅକାଳ ବିୟୋଗ

csstore

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର କଲେଜ ରୋଡ ସ୍ଥିତ ଉମା ମେଡ଼ିକାଲ ଷ୍ଟୋରର ପ୍ରତିଷ୍ଠାତା ରଞ୍ଜିତ ସାହୁଙ୍କ ୫୦ ବର୍ଷ ବୟସରେ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଯାଇଛି । ଆଜି ଦିବା ୧ ଘଣ୍ଟା ସମୟରେ ତାଙ୍କ ମର ଶରୀରକୁ ଜନ୍ମମାଟି ପାଇକମାଲ ବ୍ଳକ ଡୁଙ୍ଗୁରିପାଲି (ପଲସଦା)କୁ ଅଣାଯାଇ ତାଙ୍କର ଅନ୍ତିମ ସଂସ୍କାର କରାଯିବ । ସ୍ୱର୍ଗତ ସାହୁ ଥିଲେ ଜଣେ ମିଷ୍ଟଭାଷୀ, ମେଳାପୀ ତଥା ମିଜାଜ୍ ପ୍ରକୃତିର ବ୍ୟକ୍ତି । ସେ ଗାଁରେ ରହୁଥିବା ସମୟରେ ଗାଁ ମାଟିର ସେବାରେ ନିଜକୁ ନିୟୋଜିତ କରି ଲୋକଙ୍କୁ ଚିକିତ୍ସା ସେବା ଯୋଗାଇ ଆସୁଥିଲେ । ସେ ନିଜ ଅଞ୍ଚଳରେ ଜଣେ ରାଜନେତା, ଅଭିନେତା ତଥା ଚିକିତ୍ସକ ଭାବେ ପରିଚିତ । ଚିକିତ୍ସା କ୍ଷେତ୍ରର ବହୁ ବର୍ଷ ଧରି ନିଜ ଅଞ୍ଚଳର ସେବା କଲା ପରେ ଚିକିତ୍ସା କ୍ଷେତ୍ରକୁ ଆହୁରି ବ୍ୟାପକ କରି ପଦ୍ମପୁରକୁ ଆସି କଲେଜ ରୋଡ ସ୍ଥିତ ଥିବା ନିଜ ବାସ ଭବନରେ ଉମା ମେଡ଼ିକାଲ ଷ୍ଟୋର ସ୍ଥାପନ କରି ନିଜକୁ ପ୍ରତିଷ୍ଠିତ କରାଇ ପାରିଥିଲେ । ଏହି କିଛି ମାସ ପୂର୍ବରୁ ତାଙ୍କ କନ୍ୟାଦ୍ବୟ ସୁମନ ଓ ସୁପ୍ରଭାଙ୍କୁ ବିବାହ ଦେଇଥିଲେ । ସେ ତାଙ୍କ ୨ ଝିଅ ସୁମନ ଓ ସୁପ୍ରଭା ସହିତ ପୁତ୍ର ଶୁଭେନ୍ଦୁ (ବୁଲୁ)କୁ ଛାଡ଼ି ଚାଲି ଯାଇଛନ୍ତି । ଆଜି ତାଙ୍କ ଅକାଳ ବିୟୋଗରେ ପଦ୍ମପୁର ଓ ଡୁଙ୍ଗୁଲିପାଲି ଅଞ୍ଚଳରେ ଶୋକର ଛାୟା ଖେଲି ଯାଇଛି ।

yuvodaya
Leave A Reply

Your email address will not be published.