ବାଲିଗୁଡାରେ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ତାଲୁକ ଆଇନ ସେବା ସମିତି ଆନୁକୂଲ୍ୟରେ ଶନିବାର ବିଚାର ବିଭାଗୀୟ ଅଦାଲତରେ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି । ବିଚାର ବିଭାଗୀୟ ଅଦାଲତରେ ଆଇନ ସେବା ସମିତିର ଅଧ୍ୟକ୍ଷ ତଥା ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ ଶୁଭଶ୍ରୀ ତ୍ରିପାଠୀ ଏହି ରାଷ୍ଟ୍ରୀୟ ଲୋକ ଅଦାଲତକୁ ଉଦ୍‌ଘାଟନ କରିବା ସହ ନିଜ ଅଦାଲତ ପରିଚାଳନା କରିଥିଲେ । ଏଡିଜେ ନିଜ ଅଦାଲତରେ ୨ଟି ମାମଲା ଫଇସଲା କରି ମୋଟ୍‌ ୮ ଲକ୍ଷ ଟଙ୍କା ଆଦାୟ କରାଯାଇଥିଲା । ସେହିପରି ସିଭିଲ ଜଜ୍‌ ଅପୂର୍ବ ରାୟ (ସିନିୟର ଡିଭିଜନ)ର ନିଜ ଅଦାଲତରେ ୧ଟି ମାମଲା, ଏସ୍‌ଡିଜେଏମ୍‌ ମହମ୍ମଦ ସାହାଫେଜଲ୍‌ ନିଜ ଅଦାଲତରେ ୧୯ଟି ମାମଲା ବିଚାର କରି ଫଇସଲା କରିଥିଲେ । ଏଥିରେ ବାଲିଗୁଡା ଓକିଲ ସଂଘର ସମସ୍ତ ସଦସ୍ୟ ଏବଂ ଅଦାଲତ କର୍ମଚାରୀମାନେ ଉପସ୍ଥିତ ରହି ପରିଚାଳନାରେ ସହାୟତା କରିଥିଲେ ।

Leave A Reply

Your email address will not be published.