ସହରରେ ଡେଙ୍ଗୁର କାୟା ବିସ୍ତାର

ରାଉରକେଲା, (ସସ୍ମିତା ପ୍ରଧାନ) : ସହରରେ ଡେଙ୍ଗୁ ଚିନ୍ତା ବଢାଉଥିବା ବେଳେ ସେକ୍ଟର- ୫ ସ୍ଥିତ ଶ୍ରୀଗୁଣ୍ଡିଚା ମନ୍ଦିର ପ୍ରାଙ୍ଗଣରେ ଥିବା କିଛି ବ୍ୟକ୍ତିଙ୍କୁ ଡେଙ୍ଗୁ ଜ୍ୱର ଗ୍ରାସ କରିଛି । ଏହି ସଂଖ୍ୟା ୬ କିମ୍ବା ୭କୁ ବୃଦ୍ଧି ପାଇଛି ବୋଲି ଏକ ଅସମର୍ଥିତ ସୂତ୍ରରୁ ପ୍ରକାଶ । ଶ୍ରୀଗୁଣ୍ଡିଚା ମନ୍ଦିର ପ୍ରାଙ୍ଗଣରେ ଥିବା ଗ୍ୟାରେଜ୍‌ ଗୁଡ଼ିକରେ ଅତ୍ୟଧିକ ଅଳିଆ ଆବର୍ଜନା ଗଚ୍ଛିତ ରଖିବା, ଜାଗା ଗୁଡିକ ଅଧିକ ସନ୍ତସନ୍ତିଆ ରହିବା ଏହାର ଏକ ପ୍ରମୁଖ କାରଣ ବୋଲି କୁହାଯାଉଛି । ଏଥିପ୍ରତି ଆର୍‌ଏସ୍‌ପିର ସହର ପ୍ରଶାସନ ଓ ସରକାରଙ୍କ ଜନସ୍ୱାସ୍ଥ୍ୟ ବିଭାଗର ଅଧିକାରୀମାନେ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି । ଏଥିପାଇଁ ଆବଶ୍ୟକ ଜନସଚେତନତା ମଧ୍ୟ ଅଭାବ ରହିଛି । ଏହା ସମ୍ପର୍କରେ ବିଭାଗୀୟ କତ୍ତୃପକ୍ଷ ଦୃଷ୍ଟି ଦେବାକୁ ମତ ପ୍ରକାଶ ପାଇଛି ।

Leave A Reply

Your email address will not be published.