ସମାଜସେବୀଙ୍କ ଉଦ୍ୟମରେ ପ୍ରେମୀ ଯୁଗଳଙ୍କ ବିବାହ ସମ୍ପନ୍ନ

ରାଉରକେଲା, (ସସ୍ମିତା ପ୍ରଧାନ) : ବହୁ ବାଧା ବିଘ୍ନ ପରେ ଶେଷରେ ପ୍ରେମୀ ଯୁଗଳ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଏହାର ଶ୍ରେୟ ଯାଇଛି ଆରାଧ୍ୟା ନାମକ ସ୍ୱେଚ୍ଛାସେବୀ ସଂଗଠନକୁ । ସୂଚନାଯୋଗ୍ୟ ଯେ, ବାଗବୁଡି ବସ୍ତିର ସୁଜିତ ଓ ରୁଗୁଡିଟୋଲା ବସ୍ତିର ଡ଼ଲିଙ୍କ ମଧ୍ୟରେ କଲେଜରେ ପାଠ ପଢିବା ସମୟରେ ପ୍ରେମ ସମ୍ପର୍କ ସ୍ଥାପିତ ହେଇଥିଲା । ହ୍ବାଟ୍ସଅପରୁ ପ୍ରେମ ଆରମ୍ଭ ହୋଇ ନିବିଡ଼ତା ହେବା ପରେ ଦୁହେଁ ଝିରପାଣି ଅନ୍ତର୍ଗତ ଜାମସେରାରେ ଘରଭଡ଼ା ନେଇ ସ୍ୱାମୀ ସ୍ତ୍ରୀ ଭଳି ରହିଆସୁଥିଲେ । ତେବେ କିଛି ଦିନ ପରେ ଦୁହିଁଙ୍କ ମଧ୍ୟରେ ମନମାଳିନ୍ୟ ଘଟିବାରୁ ଦୁହେଁ ଅଲଗା ହୋଇଯାଇଥିଲେ । ପରେ ଛେଣ୍ଡ ଥାନା ମାଧ୍ୟମରେ ସେମାନଙ୍କ ଭିତରେ ବୁଝାମଣା ହୋଇ ପୁଣି ଏକାଠି ରହିଲେ । ଏହା ପରେ ଡଲି ଗର୍ଭବତୀ ହେବାରୁ ସୁଜିତ ଓ ତାଙ୍କ ଘରଲୋକେ ତାକୁ ଗ୍ରହଣ କରିନଥିଲେ । ପୁଣି ସୁଜିତ ଖସିଯିବାରୁ ଝିଅ ଘରଲୋକମାନେ ବାରମ୍ବାର ଥାନାରେ ଅଭିଯୋଗ କଲାପରେ ମଧ୍ୟ କେଂଣସି ସୁଫଳ ବା ପୁଅ ଘରଲୋକେ ଧରା ଛୁଆଁ ଦେଇନଥିଲେ । ଏଥିରେ ନିରାଶ ହୋଇ ଝିଅଘର ଲୋକେ ଜଗଦାରେ ଥିବା ସାମାଜିକ ସଂଗଠନ ଆରାଧ୍ୟାର ସଭାପତିଙ୍କୁ ଜଣାଇ ନ୍ୟାୟ ଭିକ୍ଷା କରିଥିଲେ । ଫଳରେ ଆରାଧ୍ୟା ସଂଗଠନର କର୍ମକର୍ତ୍ତାମାନେ ଛେଣ୍ଡ ଥାନାକୁ ଆସି ଥାନାଧିକାରୀଙ୍କୁ ଦେଖାକରି ସମସ୍ୟା ସମାଧାନ କରିବା ପାଇଁ ପ୍ରୟାସ କରିଥିଲେ ମଧ୍ୟ ସେଥିରେ ସଫଳ ନହୋଇପାରି ବାଧ୍ୟ ହୋଇ ଡିଆଇଜି ବ୍ରିଜେଶ ରାୟଙ୍କୁ ଦେଖାକରି ଥିଲେ । ଶ୍ରୀ ରାୟ ନ୍ୟାୟ ଦେବାକୁ ପ୍ରତିଶ୍ରୁତି ଦେବାପରେ ଛେଣ୍ଡ ଥାନା ତତ୍ପରତା ଦେଖାଇ ପୁଅ ଓ ଝିଅକୁ ଏକାଠି କରି ଛେଣ୍ଡ ସ୍ଥିତ ନୀଳକଣ୍ଠେଶ୍ଵର ମନ୍ଦିରରେ ବିବାହ କରାଇଥିଲେ । ଏହି ବିବାହ ବେଳେ ଆରାଧ୍ୟାର ସଭାପତି ହରପ୍ରିୟା ପଟ୍ଟନାୟକ, ସମ୍ପାଦିକା ପ୍ରେମଲତା ମହାନ୍ତି, ସମାଜସେବୀ ଭବାନୀ ଶଙ୍କର ଦାସ କନ୍ୟା ଓ ବରର ପିତାମାତା ତଥା ପୁଲିସର ଉପସ୍ଥିତିରେ ଏହି ବିବାହ ସମ୍ପନ୍ନ ହୋଇଥିଲା । ସୂଚନା ମୁତାବକ ପ୍ରଥମେ କୋର୍ଟରେ ବିବାହ ପ୍ରକ୍ରିୟା କରାଯାଇଥିଲା ବେଳେ ବୁଧବାର ଦିନ ମନ୍ଦିରରେ ବିବାହ ହୋଇଥିଲା । ଏହି କାର୍ଯ୍ୟପାଇଁ ସ୍ଥାନୀୟ ଅଞ୍ଚଳର ବାସିନ୍ଦା ସମାଜସେବୀଙ୍କ କାର୍ଯ୍ୟକୁ ସାଧୁବାଦ ସହ ପ୍ରଶଂସା କରାଯାଇଛି ।

Leave A Reply

Your email address will not be published.