ପୁରେନାରେ ଗୁରୁ ଦିବସ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପୁରେନା ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ପୁରେନା ପରିସର ମଧ୍ୟରେ ପ୍ରଧାନ ଶିକ୍ଷକ ରେଣୁଧର ସାହୁଙ୍କ ସଭାପତିତ୍ୱରେ ଗୁରୁ ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ ଶିକ୍ଷକ ପ୍ରମୋଦ ନାଥ । ସର୍ବ ପ୍ରଥମେ ଡ. ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଫୋଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ପ୍ରଧାନ ଶିକ୍ଷକ ତାଙ୍କର ବକ୍ତବ୍ୟରେ ଗୁରୁଶିଷ୍ୟ ପରମ୍ପରା ଉପରେ କହିଥିଲେ । ଏହି ସଭାରେ ବରିଷ୍ଠ ଶିକ୍ଷକ ଅକ୍ଷୟ କୁମାର ବେହେରା, ଲେଖ୍ରୁ ବାରିକ ଓ ଚନ୍ଦ୍ରଭାନୁ ବଡଗୁଛିଆ ଉପସ୍ଥିତ ଥିଲେ । ଛାତ୍ର ଲୋକନାଥ ସାହୁ, ଧବଳେଶ୍ଵର ମହାପାତ୍ର, ନନ୍ଦିନୀ ପଟେଲ, ପ୍ରିୟଙ୍କା ସାହୁ ଓ ସଂଚିତା ସାହୁ ଗୁରୁ ବନ୍ଦନା କରିଥିଲେ । ପରିଶେଷରେ ଗୁରୁପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

Leave A Reply

Your email address will not be published.