jsm

ରାଜ୍ୟସ୍ତରୀୟ ଟାଇକଣ୍ଡୋ ପ୍ରତିଯୋଗିତାରେ ବଲାଙ୍ଗିରକୁ ୧୦ ପଦକ

csstore

ବଲାଙ୍ଗିର, (ଦେବାଶିଷ ମିଶ୍ର) : କଟକର ନେତାଜୀ ଇନ୍‌ଡୋର ଷ୍ଟଡିୟମ୍‌ ଠାରେ ଓଡିଶା ଟାଇକଣ୍ଡୋ ଏସୋସିଏସନ୍‌ ତରଫରୁ ରାଜ୍ୟସ୍ତରୀୟ ଟାଇକଣ୍ଡୋ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏଥିରେ ବଲାଙ୍ଗିର ଜିଲ୍ଲା ଟାଇକଣ୍ଡୋ ସଂଘର ସାଧାରଣ ସଂପାଦକ ତଥା କୋଚ ଅସୀମ କୁମାର ଭୋଇଙ୍କ ନେତୃତ୍ୱରେ ଏକ ୮ଜଣିଆ ଟିମ୍‌ ଭାଗ ନେଇ ସଫଳତା ହାସଲ କରିଛନ୍ତି । ସବ୍‌ଜୁନିୟର୍‌ ବାଳକ ଫାଇଟିଙ୍ଗ ୩୫ କେଜି ବିଭାଗରେ ସିମାଦ୍ରି ଆଦେଶ ରୌପ୍ୟ ପଦକ ଓ ପୁମ୍‌ସେଇରେ ବ୍ରୋଞ୍ଜ ପଦକ, ସବ୍‌ ଜୁନିୟର ବାଳିକା ଫାଇଟିଙ୍ଗ ୩୨ କେଜି ବିଭାଗରେ ଦିପିକା ଭୋଇ ରୌପ୍ୟ ପଦକ ଓ ପୁମ୍‌ସେଇରେ ବ୍ରୋଞ୍ଜ ପଦକ, ସବ୍‌ ଜୁନିୟର ବାଳିକା ପୁମ୍‌ସେଇରେ ଭାଗ୍ୟଶ୍ରୀ ନାଗ ବ୍ରୋଞ୍ଜ ପଦକ, ସବ୍‌ ଜୁନିୟର ବାଳକ ପୁମ୍‌ସେଇରେ ଶ୍ରେୟାଂଶ ପତି ବ୍ରୋଞ୍ଜ, ସୁପର ସବ୍‌ ଜୁନିୟର ବାଳକ ପୁମ୍‌ସେଇ ବିଭାଗରେ ଦକ୍‌ଶେତ ପ୍ରଧାନ ସ୍ୱର୍ଣ୍ଣ ପଦକ, ବାଳିକା ବିଭାଗରେ ଅଲଫିଆ ସାହୁ ବ୍ରୋଞ୍ଜ, ଜେନିସା ପୋଲ ବ୍ରୋଞ୍ଜ, ସିନିୟର ବାଳିକା ପୁମସେଇରେ ରୁଚିସ୍ମିତା ହାତି ବ୍ରୋଞ୍ଜ ପଦକ ପାଇଛନ୍ତି । ଏଥିରେ କ୍ରୀଡା ମନ୍ତ୍ରୀ ସୂର୍ଯ୍ୟବଂଶି ସୁରଜ ମୁଖ୍ୟ ଅତିଥି ରୂପେ ଯୋଗଦାନ ଦେଇଥିଲେ । ଏହି ଟାଇକଣ୍ଡୋ ଖେଳକୁ ସ୍କୁଲ ଗେମ୍‌ ଫେଡେରେସନ୍‌ ଅଫ୍‌ ଇଣ୍ଡିଆ ତରଫରୁ ସ୍କୁଲ ଗେମ୍୍‌ରେ ସାମିଲ କରାଯାଇଥିବାରୁ ଆଗାମୀ ଦିନରେ ଛାତ୍ରଛାତ୍ରୀମାନେ ଏହି ଖେଳ ମାଧ୍ୟମରେ ନିଜର ଭବିଷ୍ୟତ ମଧ୍ୟ ଗଠନ କରିପାରିବେ ବୋଲି କୋଚ ଅସୀମ ଭୋଇ ପ୍ରକାଶ କରିଛନ୍ତି । ଟାଇକଣ୍ଡୋ ସଂଘର ଏହି ସଫଳତା ପାଇଁ ଜିଲ୍ଲା କ୍ରୀଡାଧିକାରୀ ପରାଶର ବାଗ, ଡିଆଇପିଆର୍‌ଓ ସରୋଜ ସାହୁ, ଟାଇକଣ୍ଡୋ ସଂଘର ସଭାପତି ହେମନ୍ତ ପଣ୍ଡା, ଓଟିଏ ସଂପାଦକ ମନମୋହନ ଭଞ୍ଜ ଶୁଭେଚ୍ଛା ଜ୍ଞାପନ କରିଛନ୍ତି ।

yuvodaya
Leave A Reply

Your email address will not be published.