jsm

ଆଇନ ମହାବିଦ୍ୟାଳୟର ଅଧ୍ୟକ୍ଷ ଜବଲପୁର ଠାରେ ସମ୍ମାନୀତ

csstore

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଯୁଧୀଷ୍ଠିର ମିଶ୍ର ଆଇନ୍‌ ମହାବିଦ୍ୟାଳୟ, ବଲାଙ୍ଗିରର କାର୍ଯ୍ୟରତ ଅଧ୍ୟକ୍ଷ ସଞ୍ଜିବ କୁମାର ପଧାନ । ସେ ଜଣେ ବିଶିଷ୍ଟ ସୁନାମଧନ୍ୟ ଆଇନବିତ୍‌, ଦୀର୍ଘ ବର୍ଷରୁ ଉକ୍ତ ଆଇନ ମହାବିଦ୍ୟାଳୟରେ କାର୍ଯ୍ୟ ସମ୍ପାଦନା କରିଆସୁଅଛନ୍ତି । ସେ ଜଣେ ଭଦ୍ର ଓ ମେଳାପି ବ୍ୟକ୍ତି । ସମାଜସେବାରେ ତାଙ୍କର ଅବଦାନ ଅତୁଳନୀୟ । ତାଙ୍କର ଜନ୍ମସ୍ଥଳୀ ବିନିକା ନିକଟସ୍ଥ କଳାପଥର ଗ୍ରାମ । ଶ୍ରୀ ପଧାନଙ୍କ ବୈଜ୍ଞାନିକ ଜ୍ୟୋର୍ତିବିଦ୍ୟା ଉପରେ ସନ୍ଦର୍ପ ‘ନକ୍ଷତ୍ର’ ଲେଖା ଖୁବ୍‌ ଲୋକପ୍ରିୟ ଓ ଯୁଗପୋଯୋଗୀ ହୋଇପାରିଛି । ତାଙ୍କର ଏହି ସନ୍ଦର୍ପ ‘ନକ୍ଷତ୍ର’ ଦି ରିଏଲ ସିକ୍ରେଟ ଅଫ୍‌ ବେଦିକ ଏଷ୍ଟ୍ରୋଲୋଜି ଦ୍ୱାରା ଉଚ୍ଚ ପ୍ରଶଂସିତ ହୋଇଛି । ତେଣୁ ତାଙ୍କୁ ଜବଲପୁର ଠାରେ ଇଣ୍ଟର ନ୍ୟାସନାଲ ରେଡିଅସନ ମେଡିକାଲ ସାଇନ୍ସ ଏଣ୍ଡ ବେଦିକ ଏଷ୍ଟ୍ରୋଲୋଜି ରିସର୍ଚ୍ଚ ଫାଉଣ୍ଡେସନ ତରଫରୁ ସମ୍ମାନସୂଚକ ଡକ୍ଟରେଟ ଡିଗ୍ରୀ (ଉପାଧି) ପ୍ରଦାନ କରାଯାଇଛି । ସେ ମଧ୍ୟପ୍ରଦେଶ ସରକାରଙ୍କ ଜବଲପୁର ବରିଷ୍ଠ ବିଧାୟକ ଆଲୋକ ରୋହାଣୀଙ୍କ ଠାରୁ ଏହି ସମ୍ମାନସୂଚକ ଡିଗ୍ରୀ ପତ୍ର ପ୍ରାପ୍ତ କରିଛନ୍ତି । ତାଙ୍କର ଏହି କୃତୀତ୍ୱକୁ କଲେଜର ସହକାରୀ ପ୍ରଧ୍ୟାପକ ଚଣ୍ଡୀ ପ୍ରସାଦ ଖମାରୀ, ମନିନ୍ଦର ସିଂ ହଂସପାଲ, ସୁଶୀଲ କୁମାର ଦୀପ ଏବଂ କର୍ମଚାରୀ କୃଷ୍ଣ ଚନ୍ଦ୍ର ପଟେଲ, ସୁବ୍ରତ ପଟ୍ଟନାୟକ, କଲ୍ୟାଣୀ ବାଗ, ଜ୍ୟୋତି ପାଣିଗ୍ରାହୀ ତଥା ଛାତ୍ରଛାତ୍ରୀ ଶୁଭେଚ୍ଛା ଜଣାଇବା ସହ ଆଇନ ମହାବିଦ୍ୟାଳୟରେ ଖୁସିର ଲହରୀ ଖେଳିଯାଇଛି ।

yuvodaya
Leave A Reply

Your email address will not be published.