jsm

ବଲାଙ୍ଗିର ଗାନ୍ଧୀ ପାଠାଗାର ଟିକ୍ରାପଡାରେ ଚଳିତ ବର୍ଷ ସାର୍ବଜନୀନ ଦୁର୍ଗାପୂଜାର ପ୍ରସ୍ତୁତି ବୈଠକ

csstore

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଚଳିତ ବର୍ଷ ବଲାଙ୍ଗିର ଗାନ୍ଧୀ ପାଠାଗାର (ପୂଜା ମଣ୍ଡପ) ଟିକ୍ରାପଡାର ୫୭ତମ ସାର୍ବଜନୀନ ଦୁର୍ଗାପୂଜା ଆୟୋଜନ ପାଇଁ ଗାନ୍ଧୀ ପାଠାଗାର ସଭାପତି ପ୍ରକାଶ ନେପାକଙ୍କ ସଭାପତିତ୍ୱରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ପାଠାଗାରର ସମ୍ପାଦକ ପ୍ରଦୀପ ସାହୁ ଗତ ବର୍ଷର ଆୟ ବ୍ୟୟ ଉପସ୍ଥାପନ ପରେ ଚଳିତ ବର୍ଷ ମାଁ ଦୁର୍ଗାଙ୍କ ପୂଜା ଆୟୋଜନ ପାଇଁ ପ୍ରସ୍ତାବମାନ ଆଗତ କରିବାକୁ ବୈଠକରେ ଅନୁରୋଧ କରିଥିଲେ । ଉପ ସଭାପତି ସନ୍ତକ ବହିଦାର ଚଳିତ ବର୍ଷ ନବରାତ୍ର ଦୁର୍ଗାପୂଜା ପାଇଁ ଆଗତ ପ୍ରସ୍ତାବକୁ ସର୍ବ ସମ୍ମତିକ୍ରମେ ଅନୁମୋଦନ କରିବା ସହ ବରିଷ୍ଠ ସଭ୍ୟମାନଙ୍କ ଉପଦେଶ କ୍ରମେ ପଡାର ମହିଳା ତଥା ବରିଷ୍ଠ ନାଗରିକମାନଙ୍କୁ ସଂଶ୍ଲିଷ୍ଟ କରି ପୂଜା କାର୍ଯ୍ୟକୁ ଗୁରୁତ୍ୱ ଦେଇ ଶାନ୍ତିଶୃଙ୍ଖଳା ସହ ଆୟୋଜନ କରାଯିବାକୁ ପ୍ରସ୍ତାବ ଗ୍ରହଣ କରାଗଲା । ଚଳିତ ବର୍ଷ ପୂଜା ଆୟୋଜନ କମିଟିର ସଭାପତି ପ୍ରକାଶ ନେପାକ, ଉପ ସଭାପତି ସନ୍ତକ ବହିଦାର, ସମ୍ପାଦକ ପ୍ରଦୀପ ସାହୁ, କୋଷାଧ୍ୟକ୍ଷ ଜିତେନ୍ଦ୍ର ନାଗ ରହିବା ସହ ବିଭିନ୍ନ କମିଟିମାନ ଗଠନ କରାଯାଇଥିଲା । ପୂଜା କାର୍ଯ୍ୟ ସମ୍ପାଦନ ପାଇଁ ସନ୍ତକ ବହିଦାର, ବୈଷ୍ଣବ ସାହୁ, ରାଜେନ୍ଦ୍ର ମିଶ୍ର, ଅଶୋକ ମିଶ୍ର, ବାଦଲ ସାହୁ, ବାବୁ ଶ୍ରୀଚନ୍ଦନ, ପାଣ୍ଠି ସଂଗ୍ରହ କମିଟିରେ କମିଟିର ସମସ୍ତ ସଭ୍ୟ ସହ ଚିତ୍ତ ସାହୁ, ମାନା ଖାନ, ରାଜେନ୍ଦ୍ର ପାଣି, ରିଆଜ ଖାନ, ସଞ୍ଜୟ ଗଡତିଆ, ପ୍ରମୋଦ ସାହୁ, ପ୍ରବୀଣ ଦର୍ଜୀ, ଆକାଶ, ଆଶୁ, ବାବୁ ନନ୍ଦ, ମହମ୍ମଦ ଅକବର, ଦୁର୍ଗା ସାହୁ, ଅବଦୁଲ ରଜାକ, ସୁନିଲ ବେହେରା, ମହେନ୍ଦ୍ର ବାଗ, ଜିତୁ ମଟାରୀ, ସାଜସଜ୍ଜା କମିଟିରେ ମାନା ଖାନ, ସୁରୁ ସାହୁ, କୁନୁ ପାତ୍ର ଓ ଅଭ୍ୟର୍ଥନା କମିଟିରେ ଭଗବାନ ବଗର୍ତ୍ତି, ପୀତବାସ ପଣ୍ଡା, ନୀଳମଣି ମିଶ୍ର, ରେବତୀ ସାହୁ, ମହେନ୍ଦ୍ର ସାହୁ, ବିସର୍ଜନ ଓ ଯୋଗାଯୋଗ ତଥା ଅନ୍ୟାନ୍ୟ କାର୍ଯ୍ୟ ପାଇଁ କମିଟି ସଭ୍ୟ ରୂପେ ସଂଗ୍ରାମ ବହିଦାର, ଅଜିତ ପଣ୍ଡା, ଟୁନୁ ସାହୁ, ପ୍ରମୋଦ ସାହୁ, ନଳିନୀ ସାହୁ, ସଦାଶିବ ଶତପଥି ପ୍ରମୁଖ କାର୍ଯ୍ୟ ନିର୍ବାହ କରିବା ପ୍ରସ୍ତାବ ଗ୍ରହଣ କରାଗଲା । ଉକ୍ତ ବୈଠକରେ ବରିଷ୍ଠ ସଭ୍ୟ ଗୋପବନ୍ଧୁ ମିଶ୍ର, ସତ୍ୟନାରାୟଣ ବେହେରା, ଋତୁରାଜ ସିଂ, ଅମୀୟ ମିଶ୍ର, ସୂର୍ଯ୍ୟ ମିଶ୍ର, ଦ୍ୱିଜରାଜ ମିଶ୍ର, ପ୍ରମୋଦ ପ୍ରଧାନ, ମନୋଜ ସାହୁ, ଦିଲିପ ସାହୁ, ଅନିଶ ସାହୁ, ଦୁର୍ଯ୍ୟ ଗଡତ୍ୟା ପ୍ରମୁଖ ଉପସ୍ଥିତ ଥିଲେ ।

yuvodaya
Leave A Reply

Your email address will not be published.