ମହିଳାଙ୍କୁ ଜିଅନ୍ତା ଜାଳି ହତ୍ୟା ଉଦ୍ୟମ : ଯୁବକ ଗିରଫ

ଜଟଣୀ : ଜଟଣୀ ପାଇକରାପୁରରେ ହତ୍ୟା କାଣ୍ଡ । ଘରେ ପଶି ମହିଳାଙ୍କୁ ଜିଅନ୍ତା ଜାଳି ହତ୍ୟା ଉଦ୍ୟମ ହୋଇଛି । ମହିଳାଙ୍କ ଦେହରେ ମଦ୍ୟପ ନିଆଁ ଲଗାଇ ଦେଇଥିବା ବେଲେ ନିଆଁରେ ପୋଡ଼ି ହୋଇ ମହିଳା ଗୁରୁତର ହୋଇଛନ୍ତି । ସ୍ଥାନୀୟ ଲୋକେ ମହିଳାଙ୍କୁ ଉଦ୍ଧାର କରି ଏମ୍ସରେ ଭର୍ତ୍ତି କରିଥିଲେ । ଗୁରୁତର ମହିଳା ହେଉଛନ୍ତି ପ୍ରତୀମା ବେହେରା । ଏପର୍ଯ୍ୟନ୍ତ ଘଟଣାର କାରଣ ଅସ୍ପଷ୍ଟ ରହିଛି । ଘଟଣାସ୍ଥଳରେ ଜଟଣୀ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଘଟଣା ଘଟେଇ ଥିବା ନିଶାସକ୍ତ ଯୁବକଙ୍କୁ ଗିରଫ କରି ପଚରା ଉଚୁରା ଜାରି ରଖିଛି ପୋଲିସ ।

Leave A Reply

Your email address will not be published.