ଅବସରପ୍ରାପ୍ତ କ୍ରୀଡ଼ାବିତ୍ ସଶକ୍ତୀକରଣ ପ୍ରଶିକ୍ଷଣ (ରିସେଟ୍) କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ଡ. ମନସୁଖ ମାଣ୍ଡଭୀୟା

  • ‘ଆମର ଅବସରପ୍ରାପ୍ତ କ୍ରୀଡ଼ାବିତ୍‌ମାନଙ୍କୁ ସଶକ୍ତ କରିବା ଉଦ୍ଦେଶ୍ୟରେ ରିସେଟ୍ କାର୍ଯ୍ୟକ୍ରମ- କେନ୍ଦ୍ରମନ୍ତ୍ରୀ
  • ଅବସରପ୍ରାପ୍ତ କ୍ରୀଡ଼ାବିତ୍‌ଙ୍କୁ ସମ୍ପୂର୍ଣ୍ଣ ସହଯୋଗ କରିବାକୁ ସରକାର ପ୍ରତିଶ୍ରୁତିବଦ୍ଧ

ନୂଆଦିଲ୍ଲୀ, (ପିଆଇବି) : ଜାତୀୟ କ୍ରୀଡ଼ା ଦିବସ ଅବସରରେ କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ତଥା ଶ୍ରମ ଓ ନିଯୁକ୍ତି ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡଭୀୟା ଆଜି ନୂଆଦିଲ୍ଲୀଠାରେ ‘ଅବସରପ୍ରାପ୍ତ କ୍ରୀଡ଼ାବିତ୍ ସଶକ୍ତୀକରଣ ପ୍ରଶିକ୍ଷଣ’ (ରିସେଟ୍) କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ରିସେଟ୍ କାର୍ଯ୍ୟକ୍ରମ ସମ୍ପର୍କରେ ଡକ୍ଟର ମାଣ୍ଡଭୀୟା କହିଛନ୍ତି, ଦେଶ ପାଇଁ ଖେଳିଥିବା ଏବଂ ଦେଶ ପାଇଁ ଗୌରବ ଆଣିଥିବା ଅବସରପ୍ରାପ୍ତ କ୍ରୀଡ଼ାବିତ୍‌ମାନଙ୍କୁ ସଶକ୍ତ କରିବା ପାଇଁ ରିସେଟ୍ କାର୍ଯ୍ୟକ୍ରମ ଉଦ୍ଦିଷ୍ଟ । ଏହି କାର୍ଯ୍ୟକ୍ରମ ଅବସରପ୍ରାପ୍ତ ଆଥଲେଟ୍‌ ମାନଙ୍କୁ ଆବଶ୍ୟକ ଜ୍ଞାନ ଓ ଦକ୍ଷତା ସହିତ ସଶକ୍ତ କରିବା ସହ ସେମାନଙ୍କୁ ଅଧିକ ରୋଜଗାରକ୍ଷମ କରି ସେମାନଙ୍କ କ୍ୟାରିୟର ବିକାଶ ଯାତ୍ରାରେ ସହଯୋଗ କରିବ । ସେ ଉଲ୍ଲେଖ କରିଥିଲେ ଯେ, ରିସେଟ୍ କାର୍ଯ୍ୟକ୍ରମ ପିଢ଼ି ମଧ୍ୟରେ ଥିବା ବ୍ୟବଧାନକୁ ଦୂର କରିବ ଏବଂ ଆମର ଅବସରପ୍ରାପ୍ତ ଆଥଲେଟମାନଙ୍କର ଅନନ୍ୟ ଦକ୍ଷତା ନୂତନ ପିଢ଼ିର ଆଶାୟୀ ଆଥଲେଟ୍‌ ମାନଙ୍କୁ ଉପକୃତ କରିବ । ସେମାନଙ୍କ ସମୃଦ୍ଧ ଅଭିଜ୍ଞତା ଭବିଷ୍ୟତର ଚାମ୍ପିୟନମାନଙ୍କୁ ପ୍ରୋତ୍ସାହିତ କରିବା ତଥା ଭାରତରେ କ୍ରୀଡ଼ାର ଅଭିବୃଦ୍ଧି ଏବଂ ରାଷ୍ଟ୍ର ନିର୍ମାଣରେ ଯୋଗଦାନ ପାଇଁ ଏକ ଭିତ୍ତିଭୂମି ଭାବରେ କାର୍ଯ୍ୟ କରିବ ବୋଲି ସେ କହିଛନ୍ତି । ସମସ୍ତ ଅବସରପ୍ରାପ୍ତ କ୍ରୀଡ଼ାବିତ୍ ଏହି ପଦକ୍ଷେପ ପାଇଁ ଆବେଦନ କରିବା ସହ ଦେଶର କ୍ରୀଡ଼ା ଇକୋସିଷ୍ଟମ୍‌ରେ ସକ୍ରିୟ ଭାବେ ଯୋଗଦାନ କରିବାକୁ କେନ୍ଦ୍ରମନ୍ତ୍ରୀ ଅନୁରୋଧ କରିଛନ୍ତି । ସେ ଉଲ୍ଲେଖ କରିଥିଲେ ଯେ, ଆମର ଅବସରପ୍ରାପ୍ତ କ୍ରୀଡ଼ାବିତ୍‌ମାନଙ୍କୁ ସମସ୍ତ ସମ୍ଭବ ଉପାୟରେ ସହଯୋଗ କରିବାକୁ ସରକାର ପ୍ରତିଶ୍ରୁତିବଦ୍ଧ । ରିସେଟ୍ କାର୍ଯ୍ୟକ୍ରମ ଆମର ଅବସରପ୍ରାପ୍ତ ଆଥଲେଟ୍‌ ମାନଙ୍କର ଅମୂଲ୍ୟ ଅଭିଜ୍ଞତା ଏବଂ ଦକ୍ଷତାକୁ ଚିହ୍ନିବା ଏବଂ ବ୍ୟବହାର କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ପ୍ରତିନିଧିତ୍ୱ କରିଥାଏ । ସକ୍ରିୟ କ୍ରୀଡ଼ା କ୍ୟାରିୟରରୁ ଅବସର ନେଇଥିବା ଏବଂ ୨୦-୫୦ ବର୍ଷ ବୟସ ମଧ୍ୟରେ ଥିବା ତଥା ଅନ୍ତର୍ଜାତୀୟ ପଦକ/ଆନ୍ତର୍ଜାତିକ ଇଭେଣ୍ଟରେ ଅଂଶଗ୍ରହଣକାରୀ କିମ୍ବା ଜାତୀୟ ପଦକ ବିଜେତା/ରାଜ୍ୟ ପଦକ ବିଜେତା/ଜାତୀୟ କ୍ରୀଡ଼ା ମହାସଂଘ/ଭାରତୀୟ ଅଲିମ୍ପିକ୍ସ ସଂଘ/ଯୁବ ବ୍ୟାପାର ଓ କ୍ରୀଡ଼ା ବିଭାଗ ଦ୍ୱାରା ସ୍ୱୀକୃତିପ୍ରାପ୍ତ ପ୍ରତିଯୋଗିତାରେ ଅଂଶଗ୍ରହଣକାରୀ ଥିବା ଖେଳାଳିମାନେ ରିସେଟ୍ କାର୍ଯ୍ୟକ୍ରମ ଅଧୀନରେ ପାଠ୍ୟକ୍ରମ ପାଇଁ ଆବେଦନ କରିବାକୁ ଯୋଗ୍ୟ ବିବେଚିତ ହେବେ । ଏକ ଉତ୍ସର୍ଗୀକୃତ ପୋର୍ଟାଲ ମାଧ୍ୟମରେ ଆବେଦନ ଆହ୍ୱାନ କରାଯିବ । ପ୍ରାରମ୍ଭିକ ପର୍ଯ୍ୟାୟରେ ଦ୍ୱାଦଶ ଓ ତା’ଠାରୁ ଅଧିକ ଶ୍ରେଣୀ ଏବଂ ଏକାଦଶ ଓ ତା’ଠାରୁ କମ୍ ଶ୍ରେଣୀକୁ ଆଧାର କରି ଏହି କାର୍ଯ୍ୟକ୍ରମ ଦୁଇଟି ସ୍ତରର ହେବ । ରିସେଟ୍ କାର୍ଯ୍ୟକ୍ରମର ଏହି ପାଇଲଟ୍ ପର୍ଯ୍ୟାୟ ପାଇଁ ଲକ୍ଷ୍ମୀବାଇ ନ୍ୟାସନାଲ୍‌ ଇନଷ୍ଟିଚ୍ୟୁଟ୍ ଅଫ୍ ଫିଜିକାଲ ଏଜୁକେସନ୍‌ (ଏଲ୍‌ଏନ୍‌ଆଇପିଇ) ଏହି କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରିବାରେ ଅଗ୍ରଣୀ ଅନୁଷ୍ଠାନ ହେବ । ଏହି କାର୍ଯ୍ୟକ୍ରମକୁ ହାଇବ୍ରିଡ୍‌ ମୋଡରେ ଉପସ୍ଥାପନ କରାଯିବ, ଯେଉଁଥିରେ କ୍ଷେତ୍ରସ୍ତରୀୟ ବା ଅନ୍‌ଗ୍ରାଉଣ୍ଡ ପ୍ରଶିକ୍ଷଣ ଓ ଇଣ୍ଟର୍ଣ୍ଣସିପ୍‌ ସହିତ ଏକ ସମର୍ପିତ ପୋର୍ଟାଲ ଜରିଆରେ ସ୍ୱ-ଗତିରେ ଶିଖିବା ସାମିଲ ରହିବ । କ୍ରୀଡ଼ା ସଂଗଠନ, ଖେଳ ପ୍ରତିଯୋଗିତା/ପ୍ରଶିକ୍ଷଣ ଶିବିର ଏବଂ ଲିଗ୍‌ଗୁଡ଼ିକରେ ଇଣ୍ଟର୍ଣ୍ଣସିପ୍‌ ପ୍ରଦାନ କରାଯିବ । ଏହାବ୍ୟତୀତ ପାଠକ୍ରମର ସଫଳ ସମାପନ ପରେ ପ୍ଲେସ୍‌ମେଣ୍ଟ ସହାୟତା, ଉଦ୍ୟମିତା ସହ ଜଡ଼ିତ ଉଦ୍ୟୋଗ ପାଇଁ ମାର୍ଗଦର୍ଶନ ଆଦି ପ୍ରଦାନ କରାଯିବ। öhttps://lnipe.edu.in/resetprogram/ ପୋର୍ଟାଲରେ ଆଜିଠାରୁ ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ ହେବ । ଉପଯୁକ୍ତ ମୂଲ୍ୟାୟନ ପରେ ପାଠ୍ୟକ୍ରମ ଆରମ୍ଭ ହେବ ଏବଂ ଏଥିପାଇଁ ଅଂଶଗ୍ରହଣକାରୀଙ୍କୁ ଅବଗତ କରାଯିବ ।

Leave A Reply

Your email address will not be published.