ଜଙ୍ଗଲରେ ମାତିଛନ୍ତି କାଠ ମାଫିଆ

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ସଦର ରେଞ୍ଜ ମାଇଦାନକେଲ ବିଟ୍‌ ଅନ୍ତର୍ଗତ ନେଲୁଙ୍ଗ ଗ୍ରାମ୍ୟ ଜଙ୍ଗଲରେ ମାତିଛନ୍ତି କାଠ ମାଫିଆ‌ । କିଛିଦିନ ହେବ ରାଜ୍ୟ ବାହାରର କାଠ ମାଫିଆମାନେ ମେସିନ ସାହାଯ୍ୟରେ ଗଛ କାଟି ବିଭିନ୍ନ ସ୍ଥାନକୁ ଚାଲାଣ କରୁଛନ୍ତି ।ଏନେଇ ଗ୍ରାମବାସୀ ପଚାରିଲେ ବନ ବିଭାଗ ଅନୁମତି ଦେଇଥିବା କହୁଛନ୍ତି । ଗତକାଲି ଜଙ୍ଗଲରେ କଛ କଟା ଚାଲିଥିବା ସମୟରେ ଗ୍ରାମବାସୀ ବନ ବିଭାଗକୁ ଖବର ଦେଇଥିଲେ। ଖବର ପାଇ ବିଭାଗୀୟ କର୍ମଚାରୀମାନେ ପହଞ୍ଚିଥିଲେ । ସେମାନଙ୍କୁ ଦେଖି କାଠ ମାଫିଆମାନେ ଚମ୍ପଟ ମାରିଥିଲେ । ବନ ବିଭାଗ ଘଟଣାସ୍ଥଳରୁ ଗୋଟିଏ କଛକଟା ମେସିନ, ପେଟ୍ରୋଲ, ଡିଜେଲ, ଗୋଟିଏ କଟୁରି ଓ କାଠଗଣ୍ଡି ଜବତ କରିଛି । ଏହି ଚଢ଼ଉରେ ଫରେଷ୍ଟ ଗାର୍ଡ ସରୋଜ କୁମାର ପାତ୍ରଙ୍କ ସମେତ ଅନ୍ୟ କର୍ମଚାରୀମାନେ ସାମିଲ ହୋଇଥିଲେ ।

Leave A Reply

Your email address will not be published.