ଧାନ ବିଲକୁ କ୍ଷତିଗ୍ରସ୍ତ କଲେ ୧୮ ଟିକିଆ ହାତୀପଲ

କଟକ : ହାତୀଙ୍କ ଉତ୍ପାତ ବଢି ଚାଲିଛି । ବିଭିନ୍ନ ଅଞ୍ଚଳରେ ଚାଷୀ ଲଗାଇ ଥିବା ଧାନ ବିଲକୁ କ୍ଷତିଗ୍ରସ୍ତ କରୁଛନ୍ତି ୧୮ ଟିକିଆ ହାତୀପଲ । କଟକ ଜିଲ୍ଲା ନରସିଂହପୁରରେ ହାତୀଙ୍କ ଉତ୍ପାତ ଦେଖିବାକୁ ମିଳିଛି । ଗୋପପୁର, ଯନ୍ତାରିଆ, ବଢିଆ ଆଦି ଗାଁରେ ହାତୀପଲ ପଶି ଧାନ ଫସଲ ନଷ୍ଟ କରିଥିବା ଜଣାପଡିଛି । କ୍ଷତିପୂରଣ ଦାବିରେ ଚାଷୀ ବନବିଭାଗ ଅଫିସ ଆଗରେ ପହଞ୍ଚିଥିଲେ । ସରକାରଙ୍କ ପକ୍ଷରୁ କ୍ଷତିପୂରଣ ଦେବା ପାଇଁ ଦାବି କରିଥିଲେ ।

Leave A Reply

Your email address will not be published.