ପାଇକମାଲରେ ନୂତନ ଥାନା ଅଧିକାରୀଙ୍କ ଯୋଗଦାନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ଥାନାରେ ନୂତନ ଅଧିକାରୀ ଭାବେ ସୁଶାନ୍ତ କୁମାର ପ୍ରଧାନ ଯୋଗଦାନ କରିଛନ୍ତି । ଏହା ପୂର୍ବରୁ ଶ୍ରୀ ପ୍ରଧାନ ବଲାଙ୍ଗିର ଥାନାରେ କାର୍ଯ୍ୟରତ ଥିଲେ । ବର୍ତ୍ତମାନ ନୂଆ ଥାନା ଅଧିକାରୀଙ୍କ ପାଇକମାଲରେ ଯୋଗଦାନ ଦେବା ଯୋଗୁଁ ଅଞ୍ଚଳର ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଶ୍ରୀ ପ୍ରଧାନଙ୍କୁ ଭେଟି ସ୍ୱାଗତ ସମ୍ୱର୍ଦ୍ଧନା ଜ୍ଞାପନ କରିଛନ୍ତି । ନୂତନ ଥାନା ଅଧିକାରୀଙ୍କ କହିବା ଅନୁସାରେ ପାଇକମାଲ ଅଞ୍ଚଳରେ ଜନସାଧାରଣଙ୍କୁ ସଚେତନ କରିବା ତଥା ଅପରାଧିକ କାର୍ଯ୍ୟକଳାପରୁ ମୁକ୍ତ କରିବା ପାଇଁ ଧ୍ୟାନ ଦେବେ ବୋଲି ସେ କହିଛନ୍ତି । ପୂର୍ବତନ ଥାନା ଅଧିକାରୀ ସୁଶାନ୍ତ କୁମାର ବଢେଇଙ୍କ ବଲାଙ୍ଗିର ବଦଳି ହୋଇଯାଇଛି । ବର୍ତ୍ତମାନ ଏହି ଅଞ୍ଚଳର ଜନସାଧାରଣଙ୍କୁ ଉଚିତ୍‌ ଆଇନ ଓ ନ୍ୟାୟର ସେବା ଯୋଗାଇବା ପାଇଁ ଶ୍ରୀ ପ୍ରଧାନ ପ୍ରତିଶୃତି ଦେଇଛନ୍ତି । ଅଞ୍ଚଳରେ ନିଶା କାରବାର ଲୁଟ ଡ଼କାୟତି ଓ ଅନୁପ୍ରବେଶକାରୀ ସଂଖ୍ୟା ବୃଦ୍ଧି ପାଉଥିବା ଯୋଗୁଁ ବିଭିନ୍ନ ସମୟରେ ଅସାମାଜିକ କାର୍ଯ୍ୟକଳାପ ବୃଦ୍ଧି ପାଉଥିବା ବେଳେ ଏହାକୁ ଦମନ କରିବା ପାଇଁ ଥାନା ଅଧିକାରୀ ଶ୍ରୀ ପ୍ରଧାନଙ୍କୁ ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତାମାନେ ଦୃଷ୍ଟି ଆକର୍ଷଣ କରିଥିଲେ ।

Leave A Reply

Your email address will not be published.