ଜେନିଥ୍‌ ଲାୟନ୍ସ ଗୁରୁକୁଳରେ କୌତୁକ ବେଶ ପ୍ରତିଯୋଗିତା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଅଗଷ୍ଟ ୯ ତାରିଖ ଦିନ ସହରର ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନ ‘ଜେନିଥ୍ ଲାୟନ୍ସ ଗୁରୁକୁଳ’ (ଜୁନିୟର ୱିଙ୍ଗ୍)ରେ ଆଗାମୀ ସ୍ୱାଧୀନତା ଦିବସ ଉପଲକ୍ଷେ ତଥା ଅଗଷ୍ଟ କ୍ରାନ୍ତି ଦିବସ ଅବସରରେ ଏକ କୌତୁକ ବେଶ ପ୍ରତିଯୋଗିତାର ଆୟୋଜନ ହୋଇଥିଲା । ଏଥିରେ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀମାନେ ମହାତ୍ମା ଗାନ୍ଧୀ, ଝାନ୍ସୀ ରାଣୀ, ସୁଭାଷ ଚନ୍ଦ୍ର ବୋଷ, ଭଗତ ସିଂହ, ଜୱାହରଲାଲ ନେହେରୁ, ସରୋଜିନୀ ନାଇଡୁ ପ୍ରମୁଖ ସ୍ଵାଧୀନତା ସଂଗ୍ରାମୀ ବେଶ ଧାରଣ କରି ଅଭିନୟ ପ୍ରଦର୍ଶନ କରିଥିଲେ । ଏହି ମନୋଜ୍ଞ କାର୍ଯ୍ୟକ୍ରମରେ ଶିକ୍ଷାନୁଷ୍ଠାନ ପରିଚାଳନା ସମିତିର ସଭାପତି ପ୍ରତାପ ମିଶ୍ରଙ୍କ ସହିତ ମହମ୍ମଦ ଜାବେଦ, ପବନ ଅଗ୍ରୱାଲ, ସୁଶାନ୍ତ ରଥ ଯୋଗଦାନ କରି ପ୍ରତିଯୋଗି ମାନଙ୍କୁ ଉତ୍ସାହିତ କରିଥିଲେ । ଅନୁଷ୍ଠାନର ଅଧ୍ୟକ୍ଷ ମନୋଜ କୁମାର ପଣ୍ଡାଙ୍କ ମାର୍ଗଦର୍ଶନରେ ସମଗ୍ର କାର୍ଯ୍ୟକ୍ରମକୁ ଜୁନିୟର ୱିଙ୍ଗ୍ କୋ-ଅର୍ଡିନେଟର୍ ଶ୍ରୀମତୀ ଶୋଭନା ପଣ୍ଡା ଓ ତାଙ୍କର ସହକର୍ମୀ ମାନେ ପରିଚାଳନା କରିଥିଲେ ।

Leave A Reply

Your email address will not be published.