ରାମଗୋପାଲ ହିନ୍ଦୀ ଉଚ୍ଚ ବିଦ୍ୟାଳୟରେ ହିନ୍ଦୀ ବିତର୍କ ପ୍ରତିଯୋଗିତା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ରାମଗୋପାଳ ହିନ୍ଦୀ ଉଚ୍ଚ ବିଦ୍ୟାଳୟରେ ଜିଲ୍ଲାସ୍ତରୀୟ ହିନ୍ଦୀ ବିତର୍କ ପ୍ରତିଯୋଗିତା ଆୟୋଜିତ ହୋଇଯାଇଛି । ଜିଲ୍ଲା ସଭାପତି ସନ୍ତୋଷ କୁମାର ଅଗ୍ରୱାଲ (ମୋଦୀ)ଙ୍କ ସହଯୋଗରେ ଆୟୋଜିତ ଏହି ପ୍ରତିଯୋଗିତାରେ ଛାତ୍ରମାନେ ହିନ୍ଦୀ ଭାଷା ମାଧ୍ୟମରେ ‘ଜୀବଜନ୍ତୁଙ୍କ ପାଇଁ ପରିବେଶର ସୁରକ୍ଷା ଆବଶ୍ୟକ’ ଶୀର୍ଷକରେ ନିଜର ବିବୃତ୍ତି ଦେଇଛନ୍ତି । ଏଥିରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀମତୀ ଗାୟତ୍ରୀ ସାହୁ ଅଧ୍ୟକ୍ଷତା କରିଥିଲେ ଏବଂ ବିଚାରପତି ଭାବରେ ସାମ୍ବାଦିକ ପୱନ ଅଗ୍ରୱାଲ, ଜିଲ୍ଲା ଗ୍ରାହକ ସୁରକ୍ଷା ଫୋର୍‌ମର୍‌ ସଭାପତି ଗୋପବନ୍ଧୁ ଶତପଥୀ, ଜେ.ଏସ୍‌.ଏମ୍‌ କଲେଜର ହିନ୍ଦୀ ବିଭାଗର ଶିକ୍ଷକ ସଦାସିବ ସାହୁ ବିଚାରକ ଭାବରେ ଉପସ୍ଥିତ ଥିଲେ । ଏହି ମଞ୍ଚକୁ ହିନ୍ଦୀ ଶିକ୍ଷକ ସୁଶାନ୍ତ କୁମାର ନାୟକ ଏବଂ ଏହି ବିଦ୍ୟାଳୟର ଶିକ୍ଷକ ଶ୍ରୀମତୀ ଅଲକା ବେହେରା ପରିଚାଳନା କରିଥିଲେ ଏବଂ ଅନ୍ୟ ଛାତ୍ର ତଥା ଅନ୍ୟ କର୍ମଚାରୀମାନେ ସହଯୋଗ କରିଥିଲେ । ଉକ୍ତ ପ୍ରତିଯୋଗିତାରେ ଓଡ଼ିଶା ଆଦର୍ଶ ବିଦ୍ୟାଲୟ ବିଦ୍ୟାଳୟର ଛାତ୍ର ସୁପ୍ରୀତ କୁମାର ମିଶ୍ର ପ୍ରଥମ, ଲିଟିଲ ଫ୍ଲାୱାର ବିଦ୍ୟାଳୟର ଛାତ୍ରୀ ଶ୍ରେୟଂଶୀ ଜୈନ ଦ୍ଵିତୀୟ ସ୍ଥାନ ଏବଂ ବିଶ୍ୱମା ବିଦ୍ୟା ମଣ୍ଡଳର ଛାତ୍ର ବିନ୍ଦିଆ ବେହେରା ତୃତୀୟ ସ୍ଥାନରେ ରହିଛନ୍ତି । ଶେଷରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ଧନ୍ୟବାଦ୍‌ ଅର୍ପଣ କରିଥିଲେ । ମନୋହରପୁର ପ୍ୟାରେଡ୍‌ ଗ୍ରାଉଣ୍ଡରେ ମୁଖ୍ୟ ଅତିଥିଙ୍କ ଦ୍ୱାରା ସ୍ୱାଧୀନତା ଦିବସରେ ସମସ୍ତ କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରାଯିବ ।

Leave A Reply

Your email address will not be published.