csstore

ଟିଟିଲାଗଡ ହାଟପଦା ପଡ଼ାର ଦୈନନ୍ଦିନ ବଜାରର ଅବସ୍ଥା ଶୋଚନୀୟ : କାଦୁଅ ଯୋଗୁଁ ବେପାରୀ ଓ ଗ୍ରାହକ ହନ୍ତସନ୍ତ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ପୌର ପରିଷଦ ହାଟପଦା ପଡ଼ାର ଦୈନନ୍ଦିନ ବଜାରର ସ୍ଥିତି ଅତି ଶୋଚନୀୟ ହୋଇପଡ଼ିଛି । କିଛିଦିନର ବର୍ଷା ହେବା ପରେ କାଦୁଅ ଯୋଗୁଁ ଗ୍ରାହକ ବଜାର ଭିତରକୁ କିଣିବା ପାଇଁ ଆସୁନଥିବା ବେଳେ ଅପରିଷ୍କାର ପରିବେଶ ଯୋଗୁଁ ବେପାରୀଙ୍କ ସ୍ୱାସ୍ଥ୍ୟ ଖରାପ ହେଉଥିବା ମଧ୍ୟ ଅଭିଯୋଗ ହୋଇଛି । ସରକାର ପରିବର୍ତ୍ତନ ହେବା ପରେ ଡିସେମ୍ବର ମାସ ସୁଦ୍ଧା ବଜାର ସମସ୍ୟା ଦୂର ହେବ ବୋଲି ନୂତନ ବିଧାୟକ ନବୀନ ଜୈନ କହୁଥିବା ବେଳେ ଏବେ ଯେଉଁ ଅସୁବିଧା ହେଉଛି ସେ ଦିଗରେ ପ୍ରଥମେ କିଛି ପଦକ୍ଷେପ ଗ୍ରହଣ କଲେ ବେପାରୀ ଉପକୃତ ହୁଅନ୍ତେ ବୋଲି ପନିପରିବା ସଂଘ ସଭାପତି ନିରାକାର ସରାଫ କହିଛନ୍ତି । ପରିବା ବିକୁଥିବା ମହିଳା ବ୍ୟବସାୟୀ ମଧ୍ୟ ନିଜର ଦୁଃଖ ବଖାଣିଥିଲେ । ଏ ଦିଗରେ ଯଥାଶୀଘ୍ର ପଦକ୍ଷେପ ଗ୍ରହଣ କରି ସମାଧାନ କରିବାକୁ ଦାବି ହେଉଛି ।

jayashree
Leave A Reply

Your email address will not be published.