csstore

ରାସ୍ତା ଉପରେ ଗାଡ଼ି ପାର୍କିଂ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଶାନ୍ତି ନଗରର ୱାଡ଼ ନମ୍ବର ୨ରେ ଦେଖିବାକୁ ମିଳିଛି ଏକ ଅଦ୍ଭୁତ ଘଟଣା ନିଜ ଚାରିଚକିଆ ଯାନ ରଖିବା ପାଇଁ ରାସ୍ତା ଉପରେ ଆଜ୍‌ବେଷ୍ଟର ଓ ଲୁହା ଲଗାଇ ଘର ତିଆରି କରି ନିଜର ଗାଡ଼ି ଯେଭଳି ସୁରକ୍ଷାରେ ରହିବ ତାର ବ୍ୟବସ୍ଥା କରିଛନ୍ତି । ଏହା ହେଉଛି ପଦ୍ମପୁର ଶାନ୍ତି ନଗର ଡାକ୍ତର ମହେଶ ପଣ୍ଡା ଗଳି ଏହି ଗଳିରେ ଅନେକ କୋଚିଙ୍ଗ ସେଣ୍ଟର୍ ଥିବା ବେଳେ ଅନେକ ଲୋକ ପ୍ରତ୍ୟେକ ଦିନ ଯିବା ଆସିବା କରନ୍ତି କିନ୍ତୁ ଜଣେ ମହାଶୟ ରୋଡ୍‌ ଉପରେ ଜୋର୍ ଜବରଦସ୍ତି ଲୋକଙ୍କ ଯିବା ଆସିବାକୁ ବାଧକ ଦେଉଛନ୍ତି କିନ୍ତୁ ସବୁଠୁ ବଡ କଥା ହେଲା ରାଜ୍ୟ ସରକାର ଜବରଦଖଲ ଉଚ୍ଛେଦ କରିବା ପାଇଁ ନିର୍ଦ୍ଦେଶ ଦେଉଥିବା ବେଳେ ପଦ୍ମପୁର ପ୍ରଶାସନ ଚୁପ୍ ବସିଛି କାହା ଇଙ୍ଗିତରେ ବୋଲି ଜନସାଧାରଣ ଭିତରେ ଚର୍ଚ୍ଚା ଜୋର୍‌ ଧରିଛି ।

jayashree
Leave A Reply

Your email address will not be published.