csstore

ଗୁଳିବିନିମୟରେ ଜଣେ ମହିଳା କ୍ୟାଡର ନିପାତ

ମାଲକାନଗିରି : ସୀମାନ୍ତ ଛତିଶଗଡର ଦନ୍ତେୱାଡା ଜିଲ୍ଲାରେ ପୁଲିସ ନକ୍ସଲ ମଧ୍ୟରେ ଗୁଳିବିନିମୟରେ ଜଣେ ମହିଳା କ୍ୟାଡର ନିପାତ ହୋଇଛି । ବିଶେଷ ସୂତ୍ରରୁ ଖବର ମିଳିଥିଲା ଯେ, ଥାନା କିରନ୍ଦୁଲ, ଥାନା ଅରନପୁର, ଥାନା ଗାଙ୍ଗଲୁର ଏବଂ ଥାନା ଜାଗରଗୁଣ୍ଡା ଅଂଚଳର ଡୋଡି ତୁମନାର, ପିଡିଆ, ତାମୋଡି ଗ୍ରାମ ନିକଟସ୍ଥ ଜଂଗଲରେ ଦରଭା ଡିଭିଜନର ଡିଭିସିଏମ୍‌ ସଚିବ ଜଗଦିଶ ଏବଂ ବଶ୍ଚିମ ବସ୍ତର ଡିଭିଜନର ଦିନେଶ ଏବଂ କମ୍ପାନି ନମ୍ବର ୩ର କମାଣ୍ଡର ବେଲ୍ଲା ନିଜର ଗ୍ରୁପକୁ ନେଇ କ୍ୟାମ୍ପ କରି ରହିଛନ୍ତି । ତୁରନ୍ତ ଦନ୍ତେୱାଡା, ବିଜାପୁର ଏବଂ ସୁକମା ଜିଲ୍ଲାର ଡିଆର୍‌ଜି ଯବାନ, ଏସ୍‌ଟିଏଫ୍‌ ଯବାନ, ବସ୍ତର ଫାଇଟରସ୍, ସିଆର୍‌ପିଏଫ୍‌, କୋବ୍ରା ଯବାନ ଜଂଗଲରେ ସର୍ଚ୍ଚ ଅପରେସନ୍‌ ଆରମ୍ଭ କରିଥିଲେ ।

jayashree
Leave A Reply

Your email address will not be published.