oom

ଅଜଣା ଗାଡ଼ି ଧକ୍କାରେ ଜଣେ ମୃତ

jsmm

ବାଲେଶ୍ୱର : ସାବିତ୍ରୀ ଭାର ଦେଇ ଝିଅ ଘରୁ ଫେରୁଥିବା ବେଳେ ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁଘଟିଛି । ସୂଚନା ଅନୁସାରେ ବାଲେଶ୍ୱର ଜିଲ୍ଲା ଅନ୍ତର୍ଗତ ବାସୁଦେବପୁର ବାଲିମେଣ୍ଡ ଅଞ୍ଚଳର ସୁନୀଲ ବାରିକ ସାବତ୍ରୀ ଭାର ଦେଇ ଝିଅର ଶାଶୂ ଘରୁ ବାଇକ୍‌ରେ ଘରକୁ ଫେରୁଥିବା ବେଳେ ଅନନ୍ତପୁର ବାଲିଛନ୍ଦା ଘାଟ ନିକଟରେ କୌଣସି ଅଜଣା ଗାଡ଼ି ଧକ୍କା ଦେଇ ଫେରାର୍‌ ହୋଇଯାଇଥିଲା । ଫଳରେ ସୁନୀଲଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିଲା । ସ୍ଥାନୀୟ ଲୋକେ ସଙ୍ଗେ ସଙ୍ଗେ ଅନନ୍ତପୁର ପୋଲିସକୁ ଖବର ଦେଇଥିଲେ । ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ କରୁଛନ୍ତି ।

jittmm
Leave A Reply

Your email address will not be published.