ଟିଟିଲାଗଡରେ ୨୪ତମ ଶୀତଳ ଷଷ୍ଠୀ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଟିଟିଲାଗଡ ହାଟପଦା ପଡ଼ା ପ୍ରହରୀ ମଣ୍ଡପ ଠାରେ ୨୪ତମ ଶୀତଳ ଷଷ୍ଠୀ ପାଇଁ ଏକ ପ୍ରସ୍ତୁତି ବୈଠକ ପୂର୍ବତନ ନଗରପାଳ ଶୁଭ୍ରାଂଶୁ ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଚଳିତ ବର୍ଷ ପାଇଁ କନ୍ୟା ପିତାମାତା ଭାବେ ରମେଶ ବଛା ଓ ତୁଳସୀ ବଛା ଦାୟିତ୍ୱ ନେଇଥିବା ବେଳେ ବର ପିତାମାତା ଭାବେ କାନ୍ତ ଖର୍ସେଲ ଓ କନକ ଖର୍ସେଲ ଦାୟିତ୍ୱ ବହନ କରିବାର ସୌଭାଗ୍ୟ ଅର୍ଜନ କରିଛନ୍ତି । ଏହି ଅବସରରେ ପ୍ରହରୀ ମଣ୍ଡପ ଠାରେ ପଣ୍ଡିତଙ୍କ ମନ୍ତ୍ର ଉଚ୍ଚାରଣରେ ଉଭୟ ପକ୍ଷର ପିତାମାତା ସଂକଳ୍ପ ନେଇଥିଲେ । ତା’ପରେ ଥାଳଉଠା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଜୁନ୯ ତାରିଖ ଦେବ ନିମନ୍ତ୍ରଣ ରହିଥିବା ବେଳେ ୧୦ ତାରିଖ ବାହାଘର ଓ ୧୧ ତାରିଖରେ ପ୍ରତ୍ୟାବର୍ତ୍ତନ କରାଯିବା ନେଇ ସ୍ଥିରୀକୃତ ହେଇଛି । ଚଳିତ ବର୍ଷ କିପରି ଧୁମ୍‌ଧାମ୍‌ରେ ଏହି ଷଷ୍ଠୀ ପାଳନ କରାଯିବ ସେ ନେଇ ବିସ୍ତୃତ ଆଲୋଚନା ହୋଇଥିଲା । ଏହି ଅବସରରେ ଏକ କମିଟି ଗଠନ କରାଯାଇଥିଲା ଯେଉଁଥିରେ ସଭାପତି ଶ୍ରୀପତି ସାହୁ, ସଂପାଦକ ସୁଧୀର ଘଡେ଼ଇ, କୋଷାଧ୍ୟକ୍ଷ ଭାବେ ପ୍ରଭାକର ସରାଫଙ୍କୁ ଚୟନ କରାଯାଇଛି । କମିଟିର ବରିଷ୍ଠ ସଦସ୍ୟ ବିଶିକେସନ ବେହେରା, ଲିଙ୍ଗରାଜ ସାହୁ, ପର୍ଶୁରାମ ନାଏକ, ଟିକେଲାଲ ସେଠ୍, ନାରାୟଣ ସାହୁ, ଧଳାକାହ୍ନୁ ବୁଡ଼େକ, ସୁରଜ ବେହେରା, ରଞ୍ଜନ ସାହୁ, ସିବୁନ ବାଗଙ୍କ ସମେତ ଟିଟିଲାଗଡ଼ର ବହୁ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.