ଖରାପ ପାଗ : ଦିଲ୍ଲୀରେ ବର୍ଷା, ପାହାଡ଼ରେ ପ୍ରବଳ ତୁଷାରପାତ

ନୂଆଦିଲ୍ଲୀ : ସମଗ୍ର ଉତ୍ତର ଭାରତରେ ପାଣିପାଗ ଢ଼ାଞ୍ଚା ଗୁରୁତର ଭାବରେ ବିଗିଡ଼ିଛି । ତୁଷାରପାତ ହେତୁ ଜାମ୍ମୁ କାଶ୍ମୀରରେ ଅବସ୍ଥା ଗୁରୁତର ରହିଛି । ଏଥି ସହିତ ଏହାର ପ୍ରଭାବ ଦିଲ୍ଲୀ ପର୍ୟ୍ୟନ୍ତ ଦେଖାଯାଉଛି । ଜାମ୍ମୁ କାଶ୍ମୀରରେ ତୁଷାରପାତ ପରେ ପ୍ରବଳ ଥଣ୍ଡା ତରଙ୍ଗ ରହିଛି । ଏହାର ପ୍ରଭାବ ପାହାଡ଼ିଆ ରାଜ୍ୟ ହିମାଚଳ ପ୍ରଦେଶ ଏବଂ ଉତ୍ତରପ୍ରଦେଶ ତଥା ସମତଳ ରାଜ୍ୟ ପଞ୍ଜାବ, ରାଜସ୍ଥାନ, ହରିୟାଣା, ଦିଲ୍ଲୀ ଏବଂ ପଶ୍ଚିମ ଉତ୍ତରପ୍ରଦେଶରେ ଦେଖିବାକୁ ମିଳିଛି ।

କେବଳ ଏତିକି ନୁହେଁ ରାଜସ୍ଥାନର ପାଇଲାନି ଏବଂ ମାଉଣ୍ଡଆବୁ ଏବଂ ଗୁଜୁରାଟର ପୋରବନ୍ଦରରେ ମଧ୍ୟ ୩.୩ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ଉତ୍ତରାଖଣ୍ଡ ଏବଂ ହିମାଚଳ ପର୍ବତରେ ତୁଷାରପାତ ଜାରି ରହିଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ସମଗ୍ର ହିମାଳୟ ଅଞ୍ଚଳରେ ପ୍ରବଳ ତୁଷାରପାତ ହେବାର ପାଣିପାଗ ବିଭାଗ ଚେତାବନୀ ଦେଇଛି । ପାଣିପାଗ ବିଭାଗ ଉତ୍ତରପ୍ରଦେଶର ୫ଟି ଜିଲ୍ଲାରେ ଓରେଂଜ ଆଲର୍ଟ ଜାରି କରିଛି ।

ଗତ ତିନି ଦିନରୁ ଦିଲ୍ଲୀ-ଏନସିଆରରେ ବର୍ଷା ମଙ୍ଗଳବାର ସକାଳେ ଯାଏଁ ଜାରି ରହିଛି । ଆଗାମୀ ଦୁଇ ଦିନ ଧରି ପାଣିପାଗ ବିଭାଗ ଏକ ଅରେଂଜ ଆଲର୍ଟ ଜାରି କରିଛି । ଜାନୁଆରୀ ୬ ତାରିଖ ଅପରାହ୍ନରୁ ଦିଲ୍ଲୀରେ ପାଗ ସଫା ହେବ ବୋଲି ଆଶା କରାଯାଉଛି । କିନ୍ତୁ ଶୀତରୁ ତ୍ରାହି ମିଳିବ ନାହିଁ । ପାଣିପାଗ ବିଭାଗ ଅନୁଯାୟୀ, ଜାନୁଆରୀ ୭ ରୁ ଦିଲ୍ଲୀରେ ଦ୍ୱିତୀୟ ପର୍ୟ୍ୟାୟ ଶୀତଳ ତରଙ୍ଗ ଆରମ୍ଭ ହୋଇପାରେ । ଗତ ଦୁଇ ଦିନ ଧରି ଦିଲ୍ଲୀ-ଏନସିଆର ଲୋକମାନେ ଏକାସାଙ୍ଗରେ ତିନୋଟି ସମସ୍ୟାର ସମ୍ମୁଖୀନ ହେଉଛନ୍ତି ।

ଦିଲ୍ଲୀ ଏହି ସମୟରେ ଥଣ୍ଡାର ସହର ପାଲଟିଛି । ପୁଣି ଏହି ସ୍ଥାନର ଲୋକମାନେ କୁହୁଡ଼ିର ସମ୍ମୁଖୀନ ହେଉଛନ୍ତି । ତୃତୀୟରେ ବର୍ଷା ଜାରି ରହିଛି । ଏସବୁ ମଧ୍ୟରେ ରାତିରେ ତାପମାତ୍ରା ସାମାନ୍ୟ ବୃଦ୍ଧି ପାଇଛି । କିନ୍ତୁ ସୂର୍ୟ୍ୟ ମେଘରେ ଲୁଚି ରହିଥିବାରୁ ତାପମାତ୍ରା ମୁକ୍ତ ହୋଇ ପାରିନାହିଁ । କେବଳ ଦିଲ୍ଲୀରେ ନୁହେଁ ଆଖପାଖ ଅଞ୍ଚଳରେ ମଧ୍ୟ ତୃତୀୟ ଦିନ ପାଇଁ ବର୍ଷା ଜାରି ରହିଥିଲା । ଦିନସାରା ରାଜଧାନୀ ଉପରେ କୁହୁଡି ରହିଥିଲା । ପାଣିପାଗ ବିଭାଗ ଅନୁଯାୟୀ, ସଫଦରଜଙ୍ଗ ଏବଂ ପାଲାମରେ ଘନ କୁହୁଡ଼ି ରେକର୍ଡ କରାଯାଇଛି ।

Leave A Reply

Your email address will not be published.