oom

ପାଇକମାଲ ଟାଟାପାୱାର ଗ୍ରୀଡ ପରିସରରେ ଅବସରକାଳୀନ ସମ୍ବର୍ଦ୍ଧନା ସଭା

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ଟାଟାପାୱାର ଗ୍ରୀଡ଼ ସବଷ୍ଟେସନ୍‌ ପରିସରରେ ଶୁକ୍ରବାର ଅବସରକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ଏସ୍‌ଡିଓ ମନରଞ୍ଜନ ନାୟକ ସଭାପତିତ୍ୱ କରିଥିବାବେଳେ ସମ୍ମାନିତ ଅତିଥିଭାବେ ଜେ. ଜେ. ଇ. ଶ୍ରୀକାନ୍ତ କୁମାର ସାହୁ, ଜେଇ ଅମରେଶ କନ୍ଧ, ଭରତ ଚନ୍ଦ୍ର ଭୋଇ, ସାମାଜିକ କର୍ମୀ ବଡ ଶତପଥି, ଆର୍‌ଡବ୍ଲୁଏସ୍‌ଏସ୍‌ଜେଇ ସତ୍ୟଜିତ ମାଝୀ ଯୋଗଦେଇ ବିଦାୟୀ ଲାଇନମେନ ସୁଧାକର ଗଡତିଆଙ୍କ ଦୀର୍ଘ ୪୨ ବର୍ଷ ଚାକିରି ଜୀବନୀ ବିଷୟରେ ସ୍ମୃତି ଚାରଣ କରି ଥିଲେ । ଶ୍ରୀ ଗଡତିଆଙ୍କୁ ମାନପତ୍ର, ସର୍ଭିସ ବୁକ୍‌, ସହ ଉପଢୌକନ, ପୁଷ୍ପ ଗୁଚ୍ଛ ଅତିଥିମାନେ ତଥା ପାଇକମାଲ ଟାଟାପାୱାର କର୍ମଚାରୀମାନେ ପ୍ରଦାନ କରିଥିଲେ । ସଭାର ଉଦ୍ଦେଶ୍ୟ ଜ୍ଞାପନ ପାଇକମାଲ ସେକ୍ସନ୍‌ ଲାଇନ୍‌ମେନ୍‌ ଗ୍ରେଡ଼ ଏ. ଶଶାଙ୍କ କୁମାର ସାହୁ କରିଥିବା ବେଳେ ସଭା ପରିଚାଳନା ସୁଧୀର କୁମାର ତ୍ରିପାଠୀ ଓ ଶେଷରେ ଧନ୍ୟବାଦ ଅର୍ପଣ ପ୍ରକାଶ ସିଂ କରିଥିଲେ । ପାଇକମାଲ ସେକ୍ସନ୍‌ର ୪୫ ଜଣ କର୍ମଚାରୀ ଏଥିରେ ଯୋଗ ଦେଇଥିଲେ ।

jittmm
Leave A Reply

Your email address will not be published.