ପୂର୍ବତନ ସରପଞ୍ଚଙ୍କ ମୃତଦେହ ଉଦ୍ଧାର : ହତ୍ୟା ସନ୍ଦେହ

ଅନୁଗୁଳ : ଅନୁଗୁଳ ଜିଲ୍ଲା ଜରପଡ଼ା ଥାନା ଜେରେଙ୍ଗ ଦେହୁରୀ ସାହି ପଞ୍ଚାୟତର ପୂର୍ବତନ ସରପଞ୍ଚ ବିଭୂତି ଭୂଷଣ ଗଡ଼ନାୟକ(୬୨)ଙ୍କ ମୃତଦେହ ଉଦ୍ଧାର । ନିଜ ବାସଭବନ ତଳୁ ଏହା ଉଦ୍ଧାର କରାଯାଇଛି । ତାଙ୍କର ମୁଣ୍ଡ ଓ ଗୋଡ଼ରେ ଖଣ୍ଡିଆଖାବରା ଦାଗ ରହିଥିବା ଜଣାପଡିଛି । ସେ ଗତକାଲି ରାତିରେ ଛାତ ଉପରେ ଶୋଇଥିବା ବେଳେ ଛାତରୁ ଖସି ପଡ଼ି ମୃତ୍ୟୁ ହୋଇଥିବା କିମ୍ବା ହତ୍ୟା ସନ୍ଦେହ କରାଯାଉଛି । ପୁଲିସ୍ ପହଞ୍ଚି ଏହି ଘଟଣାର ତଦନ୍ତ ଚଳାଇଛି । ବିଭୂତି ଭୂଷଣ ଗଡ଼ନାୟକ ବିଜେଡି ନେତା ଥିଲେ । ଗତକାଲି ଶନିବାର ଦିନ ନିଜର ଦଳୀୟ କର୍ମୀମାନଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଏନେଇ ଥାନାରେ ଅଭିଯୋଗ ବି ହୋଇଥିଲା । ଏହି ଘଟଣାକୁ ନେଇ ହତ୍ୟା କରାଯାଇଥିବା ନେଇ ସ‌ନ୍ଦେହ କରାଯାଉଛି ।

Leave A Reply

Your email address will not be published.