ବିଦ୍ୟୁତ୍‌ ତାରରେ ଜୀବନ ହାରିଲେ ସ୍ୱାମୀ ସ୍ତ୍ରୀ

ବାଲେଶ୍ୱର : ବିଦ୍ୟୁତ୍‌ ତାରରେ ଜୀବନ ହାରିଲେ ଦମ୍ପତି । ଏପରି ଏକ ଅଭାବନୀୟ ଘଟଣା ଘଟଛି ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଅନ୍ତର୍ଗତ ପୁରୁଷୋତ୍ତମପୁର ପଞ୍ଚାୟତ ପାର୍ବତୀପୁର ଗ୍ରାମରେ । ପାର୍ବତୀପୁର ଗ୍ରାମର ମେନା ମହାକୁଡଙ୍କ ପୁଅ ମନୋଜ ମହାକୁଡ(୩୨) ଏବଂ ବୋହୂ ସସ୍ମିତା ମହାକୁଡ (୨୮) ଗତ ରାତିରେ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ମନୋଜ ଓ ସସ୍ମିତା ଗତକାଲି ଖରାବେଳେ ଖାଇସାରି ଘରେ ଶୋଇଥିଲେ । ଅପରାହ୍ଣରେ ସସ୍ମିତାଙ୍କ ଭଉଣୀ ଓ ଭିଣୋଇ ଆସି ପହଞ୍ଚିବା ପରେ ଘର କବାଟ ବାଡେଇ ଡାକିଥିଲେ । ମାତ୍ର କବାଟ ନ ଖୋଲିବାରୁ ସନ୍ଦେହ କରି ପରିବାର ଲୋକ କବାଟକୁ ତାଡ଼ିଥିଲେ । କବାଟ ଖୋଲିବାରୁ ବିଦ୍ୟୁତ୍‌ ତାରରେ ଦୁଇ ଜଣଙ୍କ ବେକରେ ଗୁଡାଇ ହୋଇଥିବା ଦୁହେଁ ଦେଖିବାକୁ ପାଇଥିଲେ । ସେମାନଙ୍କୁ ସ୍ପର୍ଶ କରିବାରୁ ବିଦ୍ୟୁତ୍‌ ଚାର୍ଜ ଥିବା ଜାଣିବାକୁ ପାଇଥିଲେ । ଦୁଇ ଜଣ ବିଦ୍ୟୁତ୍‌ ଆଘାତରେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛ । ସିମୁଳିଆ ପୁଲିସ ଘଟଣାର ତଦନ୍ତ କରୁଛି ।

Leave A Reply

Your email address will not be published.