csstore

ବାଇକ୍‌ରେ ଦୁଇ ଦୁର୍ବୁତ୍ତ ଆସିଲେ ଝାମ୍ପି ନେଲେ ରୂପା ଭର୍ତ୍ତି ବ୍ୟାଗ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ପାଟଖଣ୍ଡା ସାହିରେ ଗୋଟିଏ ରୂପା ବ୍ୟବସାୟୀଙ୍କ ଠାରୁ କିଛି ଲୁଟେରା ୧୦ କିଲୋ ରୂପା ଝାମ୍ପି ନେଇଥିବା ଖବର ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଅଞ୍ଚଳର ପାଟଖଣ୍ଡା ସାହିର ପୁରୁଖା ରୂପା ବ୍ୟବସାୟୀ ସନ୍ୟାସୀ ନାୟକଙ୍କ କହିବା ଅନୁଯାୟୀ ପ୍ରତିଦିନ ଭଳି ଶୁକ୍ରବାର ଦିନ ମଧ୍ୟ ୧୦ଟା ସମୟରେ ନିଜ ସାଇକେଲରେ ସେ ଘରୁ ବାହାରି ବେପାର କରିବା କୁ ଯିବାବେଳେ ଦୁଇଟି ବାଇକ୍‌ରେ ଲୁଟେରା ମାନେ ଆସି ଗାଡ଼ିରୁ ପଡ଼ିଗଲା ଭଳି ଅଭିନୟ କରି ଶ୍ରୀ ନାୟକଙ୍କ ସାଇକେଲରେ ଲାଗିଥିବା ଦୁଇଟି ରୂପା ବ୍ୟାଗ ଝାମ୍ପୀ ନେଇଥିଲେ । ବ୍ୟାଗ୍‌ରେ ୧୦ କେଜିରୁ ଅଧିକ ରୂପା ଥିବା କହିଛନ୍ତି ବ୍ୟବସାୟୀ ଜଣକ । ଉକ୍ତ ରୂପାର ଆନୁମାନିକ ମୂଲ୍ୟ ୭ ଲକ୍ଷରୁ ଅଧିକ ହେବ ବୋଲି ଜଣାପଡିଛି । ଶ୍ରୀ ନାୟକ ବାଲିଗୁଡା ଥାନାରେ ଅଭିଯୋଗ କରିବା ପରେ ପୋଲିସ୍ ତନାଘନା ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି ।

jayashree
Leave A Reply

Your email address will not be published.