ଦକ୍ଷିଣ – ପଶ୍ଚିମ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ : କାଲିଠାରୁ ବର୍ଷା, ପବନ ଓ ଘଡ଼ଘଡ଼ି ଲାଗି ରହିବ

ଭୁବନେଶ୍ୱର : ଦକ୍ଷିଣ – ପଶ୍ଚିମ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏହାର ପ୍ରଭାବରେ କାଲି ସୁଦ୍ଧା ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହି ଲଘୁଚାପ ଉତ୍ତର-ପୂର୍ବ ଦିଗକୁ ଗତି କରିବା ସହ ୨୪ ତାରିଖରେ କେନ୍ଦ୍ରୀୟ ବଙ୍ଗୋପସାଗରରେ ଅବପାତର ରୂପ ନେଇ ଉତ୍ତର – ପୂର୍ବ ଦିଗକୁ ଗତି କରିପାରେ । ଏହାର ପ୍ରଭାବରେ ୨୧ ତାରିଖରୁ ସମୁଦ୍ର ଅଶାନ୍ତ ହେବା ଆରମ୍ଭ ହେବ । ୨୩ ତାରିଖ ଠାରୁ ଦକ୍ଷିଣ ଏବଂ କେନ୍ଦ୍ରୀୟ ବଙ୍ଗୋପସାଗରକୁ ମତ୍ସ୍ୟଜୀବୀଙ୍କୁ ଯିବାକୁ ବାରଣ କରାଯାଇଛି । ଆଗାମୀ ୨୪ ଘଂଟାରେ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ବିଜୁଳି ସହ ବର୍ଷା ହେବାର ସମ୍ଭାବନା ଥିବାରୁ ଅରେଂଜ ଆଲର୍ଟ ଜାରି କରାଯାଇଛି । କାଲିଠାରୁ ବର୍ଷା, ପବନ ଓ ଘଡ଼ଘଡ଼ି ଲାଗି ରହିବ । ବାତ୍ୟାକୁ ନେଇ ପାଣିପାଗ ବିଭାଗ ଏପର୍ଯ୍ୟନ୍ତ କିଛି ଆକଳନ କରିନାହିଁ । ଘଡ଼ଘଡ଼ି ବର୍ଷା ହେବା ବେଳେ ୩୦-୪୦ କିଲୋମିଟର ବେଗରେ ପବନ ବହିପାରେ । ସେପଟେ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖି ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ କମିସନର୍‌ ।

Leave A Reply

Your email address will not be published.